www.samajalive.in
Monday, December 8, 2025
27.1 C
Bhubaneswar

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସଦସ୍ୟଙ୍କୁ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ନବ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଚଳିତ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ସଂସଦକୁ ନିର୍ବାଚିତ ହୋଇଥିବା ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବା ଉତ୍ସାହଜନକ। ଗତ ଥର ତୁଳନାରେ ଏଥର ଅଧିକ ମହିଳା ଭୋଟ ଦେଇଛନ୍ତି। ସର୍ବାଧିକ ୭୮ ଜଣ ମହିଳା ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଛନ୍ତି, ଯାହା ଏକ ଇତିହାସ ସୃଷ୍ଟି କରିଛି।

ନୂଆ ସରକାର ବିଷୟରେ ରାଷ୍ଟ୍ରପତି ସୂଚନା ଦେଇ କହିଥିଲେ, ଏବେ ସବ୍‌କା ସା୍‌, ସବ୍‌କା ବିକାଶ ମନ୍ତ୍ରରେ ସରକାର ଆଗକୁ ବଢୁଛି। ବିନା ଭେଦଭାବରେ ବିକାଶ ପଥରେ ସରକାର ଅଗ୍ରସର ହେଉଛି। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଙ୍କଳ୍ପବଦ୍ଧ। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଆମର ଲକ୍ଷ୍ୟ। ଚାଷୀ, ଛୋଟ ଦୋକାନୀଙ୍କ ପାଇଁ ପେନସନ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁଛି। ୩ମାସ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି। ସୈନିକଙ୍କ ପିଲାଙ୍କ ପାଇଁ ସ୍କଲାରଶିପ୍‌ ବ୍ୟବସ୍ଥା ହୋଇଛି। ଜଳ ସଙ୍କଟ ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜଳ ସଂରକ୍ଷଣ ପାଇଁ  ସମସ୍ତଙ୍କୁ ଏକାଗ୍ର ଚିତ୍ତରେ କାମ କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଆହ୍ବାନ ଦେଇଥିଲେ।

- Advertisement -

ସ୍ବାସ୍ଥ୍ୟ ସେବା ସମ୍ପକରେ ଉଦବୋଧନ ଦେଇ ରାଷ୍ଟ୍ରପତି କୋବିନ୍ଦ କହିଥିଲେ, ଆୟୁଷ୍ମାନ ଭାରତ ଦୁନିଆର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା। ଦେଶର ୫୦ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। ରାଷ୍ଟ୍ରପତିଙ୍କ ପରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଅଭିଭାଷଣ ରଖିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories