www.samajalive.in
Monday, December 8, 2025
20.1 C
Bhubaneswar

ପ୍ରାକ୍ ନିର୍ବାଚନ ବାତାବରଣ : ନବୀନ ନିବାସରେ ଭିଡ଼

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଘୋଷଣା କରାଯାଇଛି ତାରିଖ, ଲାଗୁ ହୋଇଛି ଆଦର୍ଶ ଆଚରଣବିଧି। ନିର୍ବାଚନକୁ ଯିବା ପାଇଁ ରାଜନୈତିକ ଦଳଗୁଡ଼ିକ ସଜବାଜ ହେଲେଣି। ସବୁ ଦଳରେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଆପାତତଃ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ସାରିଲେଣି। କେବଳ ଘୋଷଣା ବାକି ଅଛି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ୧୬ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବାକୁ ଥିବା ଚାରିଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ସଂପୃକ୍ତ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ନାମାଙ୍କନପତ୍ର ଦାଖଲର ଦିନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ସେତିକି ବଢ଼ିବାରେ ଲାଗିଛି। ବିଶେଷ କରି ଚତୁର୍ଥ ଥର ପାଇଁ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପାଇଁ ହଜାର ହଜାର ସଂଖ୍ୟାରେ ଆଶାୟୀ ଆବେଦନ କରୁଛନ୍ତି। ଦଳର ରାଜ୍ୟ ସଭାପତିଙ୍କ ବାସଭବନ ନବୀନ ନିବାସରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବିଜେପି ଏବଂ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ଆଗ ଭଳି ଆବେଦନକାରୀଙ୍କ ଗହଳି ଲକ୍ଷ୍ୟ କରାଯାଉନାହିଁ। ଏହି ଦୁଇ ଜାତୀୟ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ଯେଉଁମାନେ ଆଶାୟୀ ଥିଲେ ସେମାନେ ପ୍ରାୟ ଆବେଦନ କରି ସାରିଛନ୍ତି। ରାଷ୍ଟ୍ରୀୟ କମିଟି ଦ୍ବାରା ସେମାନଙ୍କ ଦରଖାସ୍ତର ଯାଞ୍ଚ ଚାଲିଛି। ପ୍ରାର୍ଥୀଙ୍କ ସମ୍ପର୍କରେ ସେମାନେ ନିଷ୍ପତ୍ତି ନେବେ।
ବିଜୁ ଜନତା ଦଳ ଆଞ୍ଚଳିକ ଦଳ ହୋଇଥିବାରୁ ସବୁ କାର୍ଯ୍ୟ ଓଡ଼ିଶାରେ କରାଯାଉଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ବାରା ଗଠନ କରାଯାଇଥିବା ବିଭିନ୍ନ କମିଟି ଦ୍ବାରା ଆଶାୟୀ ପ୍ରାର୍ଥୀଙ୍କ ଦରଖାସ୍ତ ଯାଞ୍ଚ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଉଛି। ଏସବୁ ଉପରେ ସଭାପତି ନିଷ୍ପତ୍ତି ନେବେ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ।
ମଙ୍ଗଳବାର ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ନିମନ୍ତେ କମ ଦିନ ଥିବାରୁ ବିଜେଡି କାର୍ଯ୍ୟକର୍ତ୍ତାମାନେ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରି ସଭାପତିଙ୍କୁ ଦେବାକୁ ଦିନ ରାତି କସରତ ଚଳାଇଛନ୍ତି। ୨୦୧୪ରେ ନିର୍ବାଚିତ ବହୁ ଲୋକ ପ୍ରତିନିଧି ଏଥର ଦଳୀୟ ଟିକଟରୁ ବଞ୍ଚିତ ହେବା ନେଇ ସୁରାକ ପାଇବା ପରେ ସେମାନଙ୍କ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚୁଛନ୍ତି। ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଦଳର ନିର୍ବାଚିତ ସାଂସଦ, ବିଧାୟକ, ପରାଜିତ ପ୍ରାର୍ଥୀ ନବୀନ ନିବାସ ଆସି ଟିକଟ ପାଇଁ ଅନୁରୋଧ କରୁଛନ୍ତି। ଦଳ ସଭାପତି ଯାହା ନିର୍ଦେଶ ଦେବେ ତାକୁ ଶୃଙ୍ଖଳିତ ସଭ୍ୟ ଭାବେ ପାଳନ କରିବେ ବୋଲି ଦଳର ନିର୍ବାଚିତ ଲୋକ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି।
କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ତାଲିକା ଜାତୀୟ ସ୍ତରରେ ନିଷ୍ପତ୍ତି ହେବ। ନିର୍ବାଚନ ପୂର୍ବରୁ ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନା ନଥିବା କିଛି ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେପି ଓ କଂଗ୍ରେସରେ ଯୋଗଦେଇଥିବା ବେଳେ ବିଜେପି ଓ କଂଗ୍ରେସରୁ ବହୁ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିକୁ ଆସିଛନ୍ତି। ଏବେବି ମିଶ୍ରଣ ପର୍ବ ଅବ୍ୟାହତ ଅଛି। ବିଜେଡିରେ ବହୁ ଅଭିଜ୍ଞ ରାଜନେତାଙ୍କ ସମେତ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବହୁ ପ୍ରଶାସକ ସାମିଲ ହୋଇଛନ୍ତି। ମହିଳାଙ୍କ ପାଇଁ ଲୋକସଭାର ଏକ ତୃତୀୟାଂଶ ଆସନ ସଂରକ୍ଷଣ ଏବଂ ବିଧାନସଭା ପାଇଁ ୬୫ ଜଣ ପ୍ରାର୍ଥୀଙ୍କୁ ବଦଳାଇବା ନେଇ ବିଜେଡିର ଯୋଜନାକୁ ନେଇ ଦଳର ନିର୍ବାଚିତ ଲୋକପ୍ରତିନିଧି ସେମାନଙ୍କ ପ୍ରାର୍ଥିତ୍ବକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories