www.samajalive.in
Sunday, December 7, 2025
15.1 C
Bhubaneswar

ସ୍ପେନିଶ ପାରା ବ୍ୟାଡମିଣ୍ଟନ : ସେମିରେ ପ୍ରମୋଦ, ଦୀପ୍‌ରଞ୍ଜନ

ଭୁବନେଶ୍ବର    : ସ୍ପେନର ଭିକ୍ଟୋରିଆ ସହରରେ ଚାଲିଥିବା ସ୍ପେନିଶ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏସ୍‌ଏଲ-୩ ପୁରୁଷ ଏକକ ବର୍ଗ ସେମିଫାଇନାଲରେ ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ପ୍ରମୋଦ ୨୧-୧୬, ୨୧-୧୨ରେ ଇଂଲଣ୍ଡର ୱିଲିୟମ ସ୍ମିଥ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

ସେହିପରି ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୨୧-୧୦, ୨୧-୧୫ରେ ପେରୁର ରେଞ୍ଜେ​‌ା ମୋରେଲ୍‌ସ- ପେଡ୍ରୋ ଭିତିଥା ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଦୀପ୍‌ରଞ୍ଜନ ବିଶୋଇ ଏସ୍‌ଏଲ-୪ ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲରେ ଜର୍ମାନୀର ନିଲ୍‌ସ ବୋଇଂଙ୍କୁ ୧୪-୨୧, ୨୨-୨୦ ଓ ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

- Advertisement -

ଯୁଗଳ ବର୍ଗ କ୍ବାର୍ଟର ଫାଇନାଲରେ ଦୀପରଞ୍ଜନ ବିଶୋଇ-ମହମ୍ମଦ ଅରବାଜ୍‌ ଅନସାରୀ ଯୋଡ଼ି ୨୧-୫, ୨୧-୮ରେ କାନାଡାର ୱିଲିୟମ ରୋଜି-ଫ୍ରାନ୍ସର ଆଲବର୍ଟ ପ୍ରେଜ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories