www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରା ଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି। ଗତ ଶୁକ୍ରବାର ଏହି ମାମଲାରେ କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟକ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ଦୁଷ୍କର୍ମ, ଯୌନ ନିର୍ଯାତନା ଏବଂ ପ୍ରମାଣ ନଷ୍ଟ କରିବା ଆଦିରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ପ୍ରଜ୍ଜ୍ବଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହେବା ପରେ ସେ ୨୦୨୪ରେ ଜର୍ମାନୀକୁ ଫେରାର ହୋଇଯାଇଥିଲେ। ମେ ୩୧ରେ ସେ ଭାରତ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଏସଆଇଟି ପକ୍ଷରୁ ୧୮୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ଶୁଣାଣି ସମୟରେ ୨୬ ଜଣ ସାକ୍ଷୀଙ୍କୁ ବୟାନଙ୍କୁ ଭିତ୍ତି କରି କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କ ବିରୋଧରେ ଆହୁରି ୩ଟି ମାମଲା ଏବେ ବି ବିଚାରାଧୀନ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories