www.samajalive.in
Monday, December 8, 2025
20.1 C
Bhubaneswar

ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ : ପ୍ରଦୀପ ପାଣିଗ୍ରାହୀ

ଡେସ୍କ :  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଯିବା ବେଳେ ବିରୋଧ କରାଯାଇଛି । ଶୁକ୍ରବାର ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ। ​ତେବେ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରାଯାଇଛି। ତାଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ଼ ସହ ପାଣି ବୋତଲ ମଧ୍ୟ ଫିଙ୍ଗିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଦଳୀୟ ଗୁଣ୍ଡାଙ୍କୁ ନେଇ ତାଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୁଲିସ ଉପସ୍ଥିତିରେ ୨ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାଯାଇଛି।ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିବା କୁହାଯାଉଛି।

- Advertisement -

ଦୁଇ ଘଣ୍ଟା ହେଲା ରାସ୍ତାରେ ଅଟକି ରହିବା ପରେ​‌ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କୁ ପୁଲିସ ବାଧା ଦେଇଛି ବୋଲି ସେ କହିଛନ୍ତି । ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାସ୍ତାରେ ଥାଇ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରିଥିଲେ। ନିଜ ଗାଡ଼ି ଭିତରେ ବସି ରହିବା ଘଟଣା ସଂପର୍କରେ ସେ ମେଲ୍ କରି ସରକାର, ପ୍ରଶାସନ ଏବଂ ଦଳ ଏକାଠି ହୋଇ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ।

ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ୫-ଟି ସଚିବ ଓ ସରକାରଙ୍କ ଉପରେ ବର୍ଷିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories