www.samajalive.in
Monday, December 8, 2025
14.1 C
Bhubaneswar

ତାଲାବନ୍ଦରେ ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ହନ୍ତସନ୍ତ

ବେଗୁନିଆ :କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକ ଦେବାଲାଗି ତାଲାବନ୍ଦ ଜାରି ରହିଛି । ତାଲାବନ୍ଦ ସମୟରେ ଦିନତମାମ ଲୋକମାନେ ଘରେ ରହୁଥିବାବେଳେ ଛାତ୍ର ଛାତ୍ରୀ ମାନେ ଘରେ ରହି ପାଠ ପଢା ପଢି କରୁଛନ୍ତି । ଏଭଳି ସମୟରେ ବେଗୁନିଆ ବିଦ୍ୟୁତ ଉପଖଣ୍ଡ ଅଧିନସ୍ଥ ୪ ଟି ସେକ୍ସନ ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି । ବିଦ୍ୟୁତ କାଟ ପାଇଁ କୌଣସି ନିର୍ଦିଷ୍ଟ ସମୟ ସୀମା ରହୁନାହିଁ । ସକାଳେ ବିଦ୍ୟୁତ କାଟ ହେବା ଯୋଗୁଁ ଲୋକମାନେ ପାଣି ପାଇ ପାରୁନଥିବା ବେଳେ ଦିନ ଦ୍ଵିପ୍ରହରେ ଅସହ୍ୟ ଗୁଳୁଗୁଳି ଏବଂ ଗରମ ସମୟରେ ଏପରିକି ରାତିରେ ମଧ୍ୟ ବିଦ୍ୟୁତ କାଟ ହେଉଛି । ତେବେ ଏଠାରେ ଟିପିସିଓଡିଏଲର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି । ଅଂଚଳରେ ସାମାନ୍ୟ ପବନ ଟିକେ ହେଲେ କିମ୍ବା ବର୍ଷା ଉଠାଇଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ । ଏପରିକି କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ନିୟମ ଅନୁଯାୟୀ ଯଦି ବିଦ୍ୟୁତ କାଟ କରାଯିବ ତେବେ ପୂର୍ବରୁ ଲୋକମାନଙ୍କୁ ସୂଚନା ଦିଆଯିବ । ହେଲେ ଏଠାରେ ତାହା ଦେଖିବାକୁ ମିଳୁନି । କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ନିଆଁରେ ଘିଅ ଢାଳିଲା ପରି କାର୍ୟ୍ୟ କରୁଛି । ପ୍ରଶାସନ କଟକଣାକୁ କଡାକଡି କରି ଲୋକମାନଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି । ହେଲେ ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ଏଣେତେଣେ ବୁଲୁଥିବାବେଳେ ପ୍ରଶାସନ ହାବୁଡ଼ରେ ପଡି ଜରିମାନା ମଧ୍ୟ ଦେବାକୁ ପଡୁଛି । ସମସ୍ତ ବିଭାଗରେ ଜରୁରୀ କାଳୀନ ସେବା ନିମିତ୍ତ ଫୋନ ନଂ ଜାରି କରାଯାଇଥିବାବେଳେ ଟିପିସିଓଡିଏଲ ପକ୍ଷରୁ ବେଗୁନିଆ ଉପଖଣ୍ଡ ଅଧିନସ୍ଥ ଜନସାଧାରଣଙ୍କୁ ଅଭିଯୋଗ ନଂ ପ୍ରଦାନ କରାଯାଇନାହିଁ କିମ୍ବା କୌଣସି ନିର୍ଦିଷ୍ଟ ପ୍ରକୋଷ୍ଠ ଖୋଲାଯାଇନାହିଁ । ଯାହାଦ୍ୱାରା ଜନସାଧାରଣ ଅଘୋଷିତ ବିଦ୍ୟୁତ କାଟର କାରଣ ଜାଣିବା ହେଉ କିମ୍ବା ଅନ୍ୟ ସମସ୍ୟା ନେଇ ଯୋଗା ଯୋଗ କରିପାରୁନାହାନ୍ତି । ଫଳରେ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories