www.samajalive.in
Monday, December 8, 2025
13.1 C
Bhubaneswar

ପଲିଥିନ ତଳେ ବିତୁଛି ୬ ପ୍ରାଣୀ କୁଟୁମ୍ବଙ୍କ ଜୀବନ, ଗୃହଟିଏ ପାଇଁ ଆକୁଳ ନିବେଦନ

ନବରଙ୍ଗପୁର: ନବରଙ୍ଗପୁର ମ୍ୟୁନିସିପାଲଟି ଅନ୍ତର୍ଗତ ମିଶନ ଶକ୍ତି ନିକଟସ୍ଥ ଏକ ଭଙ୍ଗା କୁଡ଼ିଆରେ ବାସ କରୁଥିବା ଏକ ଗରିବ ଅସହାୟ ପରିବାରଙ୍କ ଜୀବନ ପଲିଥିନ ତଳେ ବିତୁଥିବା ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନବରଙ୍ଗପୁର ସଦର ମହକୁମା ମିଶନ ଶକ୍ତି ସମିଳନୀ ଗୃହ ପଛପଟେ ବାସ କରୁଥିବା ବିଜୟ ଗରଡ଼ା(୪୫) ପେଶାରେ ଜଣେ ଡ୍ରାଇଭର ଭାବେ କାର୍ୟ୍ୟ କରି ନିଜର ସ୍ତ୍ରୀ ସୁଶୀଳା ଗରଡ଼ା (୪୨) ଏବଂ ସେମାନଙ୍କ ୨ପୁଅ ରୋହିତ ଗରଡ଼ା (୧୫), ୨ୟ ପୁଅ ରହନ ଗରଡ଼ା (୧୩) ଏବଂ ୨ଝିଅ ରଜି ଗରଡ଼ା (୧୨) ଏବଂ ରଶ୍ମି ଗରଡ଼ା (୮) ୬ ପ୍ରାଣୀ କୁଟୁମ୍ବକୁ ନେଇ କଷ୍ଟେ ମଷ୍ଟେ ଚଳି ଆସୁଥିଲେ। କିନ୍ତୁ ଆଜକୁ ୧୦ବର୍ଷ ପୂର୍ବେ ହଠାତ ବିଜୟର ମସ୍ତିଷ୍କ ବିକୃତି ଆରମ୍ଭ ହେବାରୁ ତାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ବି କୌଣସି ପରିବର୍ତନ ହେଲାନାହିଁ। ଅଧିକା ଚିକିତ୍ସା ପାଇଁ ଅର୍ଥ ବାଧକ ହେବା ଯୋଗୁ ଭଗବାନ ଭରସାରେ ଚୁପ ହୋଇ ରହିଗଲେ। ଦିନକୁ ଦିନ ବିଜୟର ବିକୃତି ବଢିବାକୁ ଲାଗିବା ସହ ନିଜେ ମନେ ମନେ କଥା ହେବାସହ ନିଜ ହାତ ଗୋଡ଼କୁ ନିଜେ କାମୁଡିଦିଏ। ଏପରି ଅବସ୍ଥାରେ ତାଙ୍କର ବଡ଼ ପୁଅ ରୋହିତ ଯିଏକି ୮ମ ଶ୍ରେଣୀରେ ପାଠ ପଢୁଥିଲା ତାକୁ ଅଧାରୁ ପାଠ ଛାଡିବାକୁ ପଡିଲା । ଘରର ଜଣେ ମାତ୍ର ରୋଜଗାରକ୍ଷମ ସ୍ୱାମୀ ପାଗଳ ଅବସ୍ଥାରେ ଘରେ ପଡି ରହିବା ଯୋଗୁଁ ଘର ଚଳାଇବାକୁ କଷ୍ଟ ହୋଇ ପଡିଲା ସ୍ତ୍ରୀ ସୁଶୀଳାଙ୍କୁ। ତେଣୁ ବଡ଼ ପୁଅ ନାବାଳକ ସୁଶୀଲକୁ ନେଇ ମା ଓ ପୁଅ କୁଲି କାମ କରି ୨ପଇସା ଆସିଲେ ଘର ଚଳୁଛି। ୨ୟ ପୁଅ ରହନକୁ ଏକ ଆଶ୍ରମ ବିଦ୍ୟାଳୟରେ ଛାଡି ଦେଇଥିବା ବେଳେ ୨ଟି ଝିଅ ସ୍ଥାନୀୟ ଫରେଷ୍ଟ କଲୋନୀ ପ୍ରାଇମେରୀ ବିଦ୍ୟାଳୟରେ ୫ମ ଏବଂ ୩ୟ ଶ୍ରେଣୀରେ ପାଠ ପଡୁଛନ୍ତି ।

ମାଟି ଘରଟିଏ ପୂର୍ବରୁ ଥିବା ବେଳେ ଗଲା ବର୍ଷାରେ ଗୋଟିଏ କାନ୍ଥ ଭାଙ୍ଗି ଯାଇ ମେଲା ହୋଇଯିବା ଯୋଗୁଁ ପଲିଥିନ ଆଢୁଅ କରି ଶୀତ କାକରରେ କଷ୍ଟ ମଷ୍ଟେ ଚଳୁଛନ୍ତି ପରିବାର ଲୋକେ। ସରକାରୀ ସହାୟତା ମନେ ଖାଲି ମିଳୁଛି ୨୫କେଜି ଚାଉଳ ଯାହାକି ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହଁ । ଘର ଖଣ୍ଡିକ ପାଇଁ ବାରମ୍ବାର ଆବେଦନ କରିବା ପରେ ବି ଘର ଖଣ୍ଡିକ ମିଳୁ ନଥିବା କହିଛନ୍ତି ସୁଶୀଳା। ସ୍ୱାମୀର ବିକଳାଙ୍ଗ କାର୍ଡ ପାଇଁ ମଧ୍ୟ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେ ବି ଭତା ପାଇଁ ବିକଳାଙ୍ଗ କାର୍ଡଟିଏ ହୋଇପାରୁନି । ସରକାରଙ୍କ ତରଫରୁ ଘର ଏବଂ ବିକଳାଙ୍ଗ ଭତ୍ତା ଯୋଗାଇ ଦେବାପାଇଁ ସୁଶୀଳା ଗୁହାରି କରିଛନ୍ତି । ଏପଟେ ମସ୍ତିଷ୍କ ବିକଳାଙ୍ଗ ବିଜୟର ପୁଅ ରୋହିତ ୧୫ ବର୍ଷ ବୟସରେ ପାଠପଢ଼ା ଛାଡ଼ି କୁଲି କାମ କରି ପରିବାର ଚଳାଉ ଥିବା ବେଳେ ସରକାର ସେମାନଙ୍କ ପରିବାର ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବାପାଇଁ ସାଧାରଣରେ ଦାବି ହେଉଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories