www.samajalive.in
Monday, December 8, 2025
13.1 C
Bhubaneswar

ଗଂଜେଇ ଚଲାଣ ବେଳେ ମାଡ଼ିବସିଲା ପୁଲିସ, ୨ ଗିରଫ

ଗଞ୍ଜାମ: ହୁମା ହାଟ ପଡ଼ିଆଠାରୁ ଅଳ୍ପ ଦୂର ୧୬ ନମ୍ବର ଜାତୀୟ ରାଜପଥରେ ଏକ କାରରେ ଗଂଜେଇ ଚଲାଣ ବେଳେ ରମ୍ଭା ପୁଲିସ ଗାଡିକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ସେମାନେ ହେଲେ ସନାତନ ଦଳେଇ ଏବଂ ଜୀନୁ ଅଧିକାରୀ। ଦୁହେଁ ଗଜପତି ମୋହନା ଅଂଚଳର ବୋଲି ପୁଲିସ ସୂଚନା ଦେଇଛି। କାରରୁ ପୁଲିସ ପ୍ରାୟ ୨୨ କେଜି ଗଂଜେଇ ଜବତ କରିଛି। ଏ ନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ରମ୍ଭା ଥାନା ଅଧିକାରୀ କୁମାର ମୁଦୁଲିଙ୍କ ନେତୃତ୍ୱରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଗାଡିମୋଟର ଯାଞ୍ଚ ହେଉଥିଲା। ପୁଲିସକୁ ଦେଖି କାରଟି ହଠାତ ଦ୍ରୁତ ଗତିରେ ଆଗକୁ ମାଡିଯାଇଥିଲା। ଯାହାକୁ ନେଇ ପୁଲିସର ସନ୍ଦେହ ବଢ଼ି ଯାଇଥିଲା। ପୁଲିସ କାରକୁ ପିଛା କରି ତାକୁ ଅଟକାଇଥିଲା। ଗାଡିଟି ମୋହନାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କାର ଯାଞ୍ଚ କରାଯିବା ପରେ ସେଥିରୁ ପ୍ରାୟ ୨୨ କେଜିରୁ ଅଧିକ ଗଞ୍ଜେଇ ମିଳିଥିଲା।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories