www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ଟିକା ପ୍ରସ୍ତୁତିରେ ସାମିଲ ୩ ଭାରତୀୟ କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  କୋଭିଡ୍‍-୧୯ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିୟମିତ ଭାବେ ସମୀକ୍ଷା କରିଆସୁଛନ୍ତି। ଏହି କ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିରେ ସାମିଲ ହୋଇଥିବା ଭାରତର ତିନୋଟି କମ୍ପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ।

ଟିକା ପ୍ରସ୍ତୁତିରେ ସାମିଲ କମ୍ପାନୀଗୁଡ଼ିକ ହେଉଛନ୍ତି – ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ୍‍ ଇ ଏବଂ ଡକ୍ଟର ରେଡ୍ଡିସ୍‍ ଟିମ୍‍ର ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂରେ ଆଲୋଚନା କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ଗତକାଲି ଟ୍ୱିଟ୍‍ କରି ଜଣାଇଛନ୍ତି। ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମା ସିଟିକାଲ୍ସ ଆମେରିକାର ସିଏଟଲ୍‍ ସ୍ଥିତ ଏଚ୍‍.ଡି.ଟି. ବାୟୋଟେକ୍‍ କର୍ପୋରେସନ୍‍ ସହ ମିଶି ଆର୍‍.ଏନ୍‍.ଏ. ଟିକା ପ୍ରସ୍ତୁତି କରୁଛି।
ସେହିପରି ପୁଣେର ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ ଆମେରିକାର ଡାଇନାଭାକ୍ସ ଟେକ୍ନୋଲୋଜି କର୍ପୋରେସନ୍‍ ଓ ବେଲ୍‍ର କଲେଜ୍‍ ଅଫ୍‍ ମେଡିସିନ୍‍ ସହିତ ମିଶି ଟିକା ପ୍ରସ୍ତୁତ କରୁଛି। ଡକ୍ଟର ରେଡ୍ଡିସ୍‍ କମ୍ପାନୀ ରୁଷର ସ୍ପୁଟ୍‍ନିକ୍‍-୫ ଟିକାକୁ ଭାରତରେ ବିକଶିତ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ଶନିବାର ଦିନ ପୁଣେର ସିରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ, ଅହମ୍ମଦାବାଦରେ ଜାଇଡସ୍‍ ବାୟୋଟେକ୍‍ ପାର୍କ ଓ ହାଇଦ୍ରାବାଦ୍‍ରେ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନକୁ ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories