www.samajalive.in
Friday, December 12, 2025
14.1 C
Bhubaneswar

କିଷାନ ରେଳ ଦେଶର ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏକ ବଡ ପଦକ୍ଷେପ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କିଷାନ ରେଳ ଦେଶର ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏକ ବଡ ପଦକ୍ଷେପ। ଏହା ଦେଶର କୃଷି ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆଣିବା ସହ ଦେଶର ଶୀତଳ ଯୋଗାଣ ଶୃଙ୍ଖଳାର ଶକ୍ତି ବୃଦ୍ଧି କରିବ ବୋଲି ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳକୁ ପତାକା ଦେଖାଇ ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୋମବାର ଅପରାହ୍ନ ୪.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ  ଯେ ଆମ ଦେଶରେ କୃଷକମାନଙ୍କ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କ୍ଷମତାର ଅଭାବ ଚାଷୀଙ୍କ ପାଇଁ ସର୍ବଦା ଏକ ପ୍ରମୁଖ ଆହ୍ବାନ ଅଟେ। ଏହି ସମସ୍ୟାର ସମାଧାନ ପାଇଁ ଆମ ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି, କୃଷକମାନେ ମଧ୍ୟ ରେଳ ଭଳି ସୁବିଧା ଯୋଗାଉଛନ୍ତି। ସେ କହିଛନ୍ତି ଯେ ଦେଶର ଛୋଟ ଚାଷୀଙ୍କୁ ସବୁଠାରୁ ବଡ ବଜାରରେ ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ଏହି ଉଦେଶ୍ୟ ରଖି ଆମେ ଆମର ବଜେଟରେ ମଧ୍ୟ କୃଷକ ଓ କୃଷିକୁ ପ୍ରାଧ୍ୟାନ୍ୟ ଦେଇଛୁ ।

- Advertisement -


ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସରକାର ଦେଶର କୃଷକମାନଙ୍କୁ ଅନ୍ତର୍ଜାତୀୟ ବାଜାରକୁ ନେଇଛୁ ଏବଂ ଆଗକୁ ଏହି କ୍ଷେତ୍ରରେ ଆହୁରି ଉନ୍ନତି ମଧ୍ୟ ଘଟିବ। ଆମ ସରକାର ଯାହା କହିଛି ତାହା କରିକି ଦେଖାଇଛୁ। କିଷାନ ରେଳ ଚାହିଦା ଖୁବ୍‌ କମ୍‌ଦିନ ମଧ୍ୟରେ ଦେଶରେ ଏତେ ପରିମାଣରେ ବଢିଗଲା ଯେ ବର୍ତ୍ତମାନ ଏହି ଟ୍ରେନକୁ ସପ୍ତାହରେ ତିନି ଦିନ ଚାଲିବାକୁ ପଡୁଛି। ଏତେ କମ୍ ସମୟ ମଧ୍ୟରେ ୨୪ ଟି କିଷାନ ଟ୍ରେନ୍ ଚଳାଇବା ସହଜ ନୁହେଁ କିନ୍ତୁ ଦେଶର କୃଷକ ଚାହୁଁଥିବା କାରଣରୁ ଏହା ସମ୍ଭବ ହୋଇଛି। ଆଉ ଏହା ମଧ୍ୟ ଦର୍ଶାଉଛି ଯେ ଆମର ପ୍ରତିବଦ୍ଧତାକୁ ଯାହା ଦେଶର କୃଷକମାନଙ୍କ ପ୍ରତି ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।


ପ୍ରଧାନମନ୍ତ୍ରୀ କହିଛନ୍ତି କିସାନ ଟ୍ରେନ୍ ମଧ୍ୟ ଏକ ପ୍ରକାର ମୋବାଇଲ୍ କୋଲ୍ଡ ଷ୍ଟୋରେଜ। ଏଥିରେ ଫଳ, ପନିପରିବା, କ୍ଷୀର, ମାଛ ଏବଂ ଅନ୍ୟାନ୍ୟ ନଷ୍ଟ ହୋଇଯାଉଥିବା ଜିନିଷଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ପହଞ୍ଚୁଛି। ଏହାପୂର୍ବରୁ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ସାମଗ୍ରୀ ଟ୍ରକ ଯୋଗେ ବିଭିନ୍ନ ସ୍ଥାନକୁ  ପଠାିବାକୁ ପଡୁଥିଲା। ଯେଉଁଥିରେ ଅନେକ ସମସ୍ୟା ରହିବା ସହ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ପଚି ନଷ୍ଟ ମଧ୍ୟ ହୋଇଯାଉଥିଲା। କାରଣ ଏହା ରାସ୍ତାରେ ଯିବା ପାଇଁ ଅଧିକ ସମୟ ନେବା ସହ ଭଡା ମଧ୍ୟ ଅଧିକ ରହୁଥିଲା। ଯାହା ଫଳରେ ଚାଷୀମାନେ ତାଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଭଲ ବଜାର ପାଉନଥିଲେ। କିନ୍ତୁ କିସାନ ଟ୍ରେନ୍ ଚାଷୀମାନଙ୍କ ଏହି ସବୁ ଅସୁବିଧାକୁ ଦୁରେଇ ଦେବ। ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଯାହା ଚାଷୀଙ୍କ ପାଇଁ  ଲାଭଦାୟକ ଅଟେ ବୋଲି ମୋଦୀ କହିଛନ୍ତି।

କିଷାନ ରେଳ ବିଷୟରେ

ପ୍ରଥମ କିଷାନ ରେଳ ୭ ଅଗଷ୍ଟ, ୨୦୨୦ରେ ଦେବଲାଲୀରୁ ଦାନାପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ଯ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ମଧ୍ୟ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା । ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ପଟପରିବର୍ତ୍ତନକାରୀ ପଦକ୍ଷେପ । ଏହା ନଷ୍ଟ ହୋଇଯାଉଥିବା ଉତ୍ପାଦଗୁଡିକର ବାଧା ରହିତ ଯୋଗାଣରେ ସହାୟକ ହେଉଛି ।

 

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories