www.samajalive.in
Monday, December 8, 2025
27.1 C
Bhubaneswar

୩୮ଟି ଦେଶରେ ମୁକ୍ତିଲାଭ କରିବ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ; ଚାଲିଛି ଜୋରଦାର ପ୍ରସ୍ତୁତି

ମୁମ୍ବଇ : ଦୀର୍ଘଦିନ ଧରି ବିବାଦ ଘେରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଭାରତ ସହିତ ଅନ୍ୟ ୩୮ଟି ଦେଶରେ ମୁକ୍ତିଲାଭ କରିବ। ଏହା ମଧ୍ୟରେ ୟୁଏସ, ୟୁକେ, କାନାଡ଼ା, ଅଷ୍ଟ୍ରେଲିଆ ଓ ୟୁଏଇ ଭଳି ଦେଶ ସାମିଲ ରହିଛି। ଏନେଇ ଚଳଚ୍ଚିତ୍ର ନିର୍ମାତା ଜୋରଦାର୍‍ ପ୍ରସ୍ତୁତି ଚଳାଇଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜକ ଆନନ୍ଦଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଖୁବ୍‍ ଲୋକପ୍ରିୟ। ମୋଦୀ ଓ ତାଙ୍କ କାମ ବାହାରେ ବହୁତ ଆଦୃତ ହୋଇପାରିଛି। ତେଣୁ ଏହାକୁ ଭାରତ ସହିତ ଅନ୍ୟ ଦେଶମାନଙ୍କରେ ମୁକ୍ତିଲାଭ କରାଯିବ। ସେ ପୁନର୍ବାର କହିଛନ୍ତି, ଭାରତରେ ଏହାକୁ ୧୭୦୦ ଓ ବିଦେଶରେ ୬୦୦ ପରଦାରେ ମୁକ୍ତିଲାଭ କରାଯିବ।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଛି। ତେଣୁ ଏହାର ମୁକ୍ତିଲାଭ ତାରିଖରେ ବାରମ୍ବାର ପରିବର୍ତ୍ତନ କରାଯାଉଛି। ଏବେ ଏହାକୁ ୧୧ ଏପ୍ରିଲରେ ମୁକ୍ତିଲାଭ କରାଯିବାକୁ ଧାର୍ୟ୍ୟ କରାଯାଇଛି। ଗୁରୁବାର ଚଳଚ୍ଚିତ୍ରର ମୁକ୍ତିଲାଭକୁ ସ୍ଥଗିତ ରଖାଯିବା ସଂକ୍ରାନ୍ତ ଏକ ଆବେଦନକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ ହେବ ବୋଲି ଆବେଦନକାରୀ କଂଗ୍ରେସ ନେତା ଅମନ ପନୱାର ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଦର୍ଶାଇଛନ୍ତି ଯେ ଏହି ଚଳଚ୍ଚିତ୍ର ମତଦାତାଙ୍କୁ ଏବଂ ମୁକ୍ତ ତଥା ଅବାଧ ନିର୍ବାଚନ ପ୍ରଭାବିତ କରିବା ଆଶଙ୍କା ରହିଛି। ବିଚାରପତି ଏସ୍.ଏ ବୋବାଡେଙ୍କ ନେତୃତ୍ବାଧୀନ ପୀଠ ୮ ତାରିଖରେ ଏହାର ଶୁଣାଣି କରିବେ। ତେବେ ଶୁଣାଣି ପରେ ଏହା ଏପ୍ରିଲ ୧୧ ତାରିଖରେ ଅବାଧରେ ମୁକ୍ତିଲାଭ କରିପାରିବ ବୋଲି ନିର୍ମାତାଙ୍କ ଆଶା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories