www.samajalive.in
Sunday, December 7, 2025
16.1 C
Bhubaneswar

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶବାସୀଙ୍କୁ ନୂଆବର୍ଷ ୨୦୨୨ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବର୍ଷରେ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ନିଜର ‘ମନ୍‍ କି ବାତ’ର ଏକ ଅଧ୍ୟାୟରୁ କିଛି ଅଂଶ ଉଦ୍ଧାର କରି ପ୍ରଧାମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବ ଏବଂ ସମସ୍ତଙ୍କୁ ନିରୋଗ ରଖିବା ସେ ଆଶା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ନିତିନ ଗଡକରି ଏବଂ ଅନ୍ୟମାନେ ମଧ୍ୟ ଅନୁରୂପ ବାର୍ତ୍ତା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‍ କରି କହିଛନ୍ତି, ଏହି ବର୍ଷ ଆମେମାନେ ପ୍ରଗତି ଓ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚିବା ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନକୁ ସାକାର କରିବା ସକାଶେ ଅଧିକ କଠିନ ପରିଶ୍ରମ କରିବା ଦିଗରେ ବ୍ରତୀ ହେବା। ତାହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୨ର ପ୍ରଥମ ଦିନଟି ଦେଶର ଖାଦ୍ୟ ଦାତାଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ। ଏହି ଅବସରରେ ସେ ପିଏମ-କିଷାନ ଯୋଜନାର ୧୦ମ କିସ୍ତି ଯୋଗାଇଦେବା ସୂଚନା ମଧ୍ୟ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି, ନୂଆବର୍ଷ ପ୍ରତ୍ୟେକଙ୍କ ଜୀବନରେ ଆନନ୍ଦ, ଶାନ୍ତି, ପ୍ରଗତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ସେ ଏହା କାମନା କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତାରେ ସମସ୍ତଙ୍କର ପ୍ରଗତି, ନୂଆ ଆଶା, ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories