www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ମୋଦୀଙ୍କ ଗୁଜରାଟ ଗସ୍ତ : ଉଦଘାଟନ କରିବେ ଲବଣ ଜଳରୁ ମଧୁର ଜଳ ରୂପାନ୍ତରଣ ପ୍ରକଳ୍ପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ଗୁଜରାତରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ପ୍ରକଳ୍ପ, ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍‍ କାରଖାନା ସ୍ଥାପନ ଅନ୍ତର୍ଭୁକ୍ତ। କଚ୍ଛର ମାଣ୍ଡବୀ ଠାରେ ଲବଣ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା କାରଖାନା ସ୍ଥାପନ କରାଯିବ। ଏ ଦିଗରେ ଗୁଜରାଟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି କାରଖାନାରୁ ଦୈନିକ ୧୦କୋଟି ଲିଟର ମଧୁର ଜଳ ପ୍ରସ୍ତୁତ କରାଯିବ। ଏହା ଦ୍ୱାରା ରାଜ୍ୟର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଘଟିବ

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories