www.samajalive.in
Monday, December 8, 2025
20.1 C
Bhubaneswar

ରଙ୍ଗୀନ ଆଲୋକମାଳାରେ ସଜେଇ ହେଲା ସଂସଦ ଭବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନ ପରିସରରେ ଉଜ୍ଜ୍ୱଳ ଆଲୋକ ସଜ୍ଜାକୁ ଉଦ୍‍ଘାଟନ କରିଛନ୍ତି। ୮୭୫ଟି ଉଜ୍ଜ୍ୱଳ ଏଲ୍‍ଇଡି ଲାଇଟ୍‍ ସଂସଦ ଭବନ ପରିସରରେ ସ୍ଥାପନ କରାଯାଇଛି। ଏହା ସାଧାରଣ ଏଲ୍‍ଇଡି ଅପେକ୍ଷା ୫ ଭାଗ କମ୍‍ ବିଦ୍ୟୁତ୍‍ ଶକ୍ତି ବ୍ୟବହାର କରିବ। ଏହି ଆଲୋକ ବ୍ୟବସ୍ଥାକୁ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରିତ କରାଯାଇଛି, ଯାହାକି ୧୬ ମିଲିୟନ୍‍ ରଙ୍ଗରେ ସମନ୍ୱିତ ହୋଇ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରିବ। ଏହି ବହୁମୁଖୀ ରଙ୍ଗ ବିଶିଷ୍ଟ ଆଲୋକ ବ୍ୟବସ୍ଥା ସଂସଦ ଭବନକୁ ଏକ ଭିନ୍ନ ଓ ଅନନ୍ୟ ରଙ୍ଗ ପ୍ରଦାନ କରିବ।

ପୂର୍ବରୁ ଏଭଳି ଆଲୋକ ବ୍ୟବସ୍ଥା ନର୍ଥ ଓ ସାଉଥ୍‍ ବ୍ଲକରେ କରାଯାଇଥିଲା। ବର୍ଷସାରା ଏହି ଆଲୋକ ବ୍ୟବସ୍ଥା ସଂସଦ ଭବନକୁ ଅତି ସୁନ୍ଦର ଭାବେ ଉଦ୍‍ଭାସିତ କରିବ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଏବଂ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories