www.samajalive.in
Sunday, December 7, 2025
16.1 C
Bhubaneswar

ଆଫଗାନ ପ୍ରସଙ୍ଗରେ ୟୁରୋପୀୟ ପରିଷଦ ମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ରାଷ୍ଟ୍ର ପରିଷଦର ମୁଖ୍ୟ ଚାର୍ଲସ ମିଚେଲଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ପକ୍ଷ ଭାରତ ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରସମୂହ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ କରିବା ନିଷ୍ପତ୍ତିକୁ ଦୋହରାଇଥିଲେ। ଆଫଗାନିସ୍ତାନ ପରସ୍ଥିତି ଏବଂ ଉକ୍ତ ଅଞ୍ଚଳ ତଥା ସମୁଦାୟ ବିଶ୍ୱ ଉପରେ ତାହାର ପ୍ରଭାବ ସମ୍ପର୍କରେ ଶ୍ରୀ ମୋଦି ଏବଂ ମିଚେଲ ଆଲୋଚନା କରିଥିଲେ। କାବୁଲ ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣ ଏବଂ ସେଥିରେ ଶତାଧିକ ମୃତାହତ ହେବା ଘଟଣାକୁ ଉଭୟ ନେତା ସମ ସ୍ୱରରେ ଦୃଢ ନିନ୍ଦା କରିଥିଲେ। ଏହି ଅବସରରେ ସେମାନେ ଆଫଗାନିସ୍ତାନରେ ସ୍ଥିରତା ଏବଂ ନିରାପତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହିତ ଏହି ପରିପ୍ରେକ୍ଷୀରେ ଭାରତ ଏବଂ ୟୁରୋପୀୟ ରାଷ୍ଟ୍ର ସଂଘ କିଭଳି ଭୂମିକା ନିର୍ବାହ କରିପାରିବେ, ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ କାତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ଦୋହାସ୍ଥିତ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଶେର ମହମ୍ମଦ ଆବାସ ସ୍ତାନେକଜାଇଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ନିରାପତ୍ତା, ସୁରକ୍ଷା ଏବଂ ଆଫଗାନିସ୍ତାନରେ ରହିଯାଇଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନକୁ ଯେଭଳି ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର କରାନଯାଏ ତାହା ନିଶ୍ଚିତ କରିବାକୁ ଭାରତର ରାଷ୍ଟ୍ରଦୂତ ତାଲିବାନ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଷୟ ପ୍ରତି ତାଲିବାନ ନିଶ୍ଚିତ ଦୃଷ୍ଟିଦେବ ବୋଲି ସ୍ତାନେକଜାଇ କହିଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories