www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟାର୍ଥୀଙ୍କ ନବସୃଜନ ଦ୍ବାରା ଦେଶକୁ ମିଳିବ ନୂଆ ପରିଚୟ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଇଆଇଟି ଦିଲ୍ଲୀର ୫୧ ତମ ସମାବର୍ତ୍ତନ ସମାରୋହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀମାନେ ଆଗେଇ ଆସି ନବସୃଜନ ମାଧ୍ୟମ  ଦେଶ ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ବାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ  କହିଛନ୍ତି, କରୋନା ସମୟ ବହୁତ କିଛି ବଦଳାଇ ଦେଇଛି। ଏହି ସଂକଟ ସମୟରେ ଆମକୁ ନୂଆ କିଛି ଚିନ୍ତା କରିବା ଦରକାର। ଆଜି ଛାତ୍ରଛାତ୍ରୀ ମାନଙ୍କ ପାଖରେ ଟେକ୍ନୋଲୋଜି ଶିଖିବାର ସୁଯୋଗ ଆସିଛି। କୃଷି ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ସମ୍ଭାବନା ରହିଛି। ସମାଜକୁ ଆଗକୁ ନେବା ଏବଂ ଏହାର ଉନ୍ନତି କରିବା ଆପଣଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି  ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ନୂତନ ଶତାବ୍ଦୀରେ ନୂତନ ସଂକଳ୍ପ ଏବଂ ନୂତନ ଆଇନ ହେବା ଆବଶ୍ୟକ। ବିପିଓ ସେକ୍ଟରରେ ଅନେକ ପରିବର୍ତ୍ତନ ଆସିଛି, ଯାହା ଦ୍ବାରା ନୂଆ ସମ୍ଭାବନା ରହିଛି। ଆଜି ଷ୍ଟାର୍ଟଅପ୍ ମାନଙ୍କୁ ଅନେକ ପ୍ରକାରର ସହାୟତା ଦିଆଯାଉଛି। ୩ ବର୍ଷ ପାଇଁ ଋଣ ଛାଡ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଯେତେବେଳେ ଏଠାରୁ ଯିବେ, ଆପଣମାନଙ୍କୁ ମଧ୍ୟ ନୂତନ ମନ୍ତ୍ର ସହିତ କାମ କରିବାକୁ ପଡିବ। ତେବେ ଆପଣଙ୍କର ଏକ ମନ୍ତ୍ର ରହିବା ଉଚିତ-ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ, କଦାପି ଆପୋଷ ବୁଝାମଣା କରନ୍ତୁ ନାହିଁ, ଅଭିନବ କାର୍ଯ୍ୟ କରନ୍ତୁ, ଦାୟିତ୍ବ ସୁନିଶ୍ଚିତ କରନ୍ତୁ, ବଜାରରେ ଦୀର୍ଘକାଳୀନ ବିଶ୍ବାସନୀୟତା ବଜାୟ ରଖନ୍ତୁ, ପରିବର୍ତ୍ତନର ଆଶା କରନ୍ତୁ ଫଳରେ ଜୀବନରୁ ଅନିଶ୍ଚିତତା ଦୂର ହେବ।ଆପଣମାନେ ଯଦି ଏହି ମୌଳିକ ମନ୍ତ୍ର ଉପରେ କାମ କରିବେ, ତେବେ ଏହାର ଚମକ ବ୍ରାଣ୍ଡ ଇଣ୍ଡିଆରେ ମଧ୍ୟ ପ୍ରତିଫଳିତ ହେବ।

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ଡୋଗ୍ରା ହଲରେ ଅନୁଷ୍ଠିତ ଏହି ସମାରୋହରେ ଖୁବ୍‍ ସୀମିତ ଉପସ୍ଥାନ ରହି ଥିଲା। ଅନ୍‍ଲାଇନ୍‍ ୱେବ୍‍ କାଷ୍ଟ ମାଧ୍ୟମରେ ସମାରୋହର ସମସ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ,ସେମାନଙ୍କର ଅଭିଭାବକ ଏବଂ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories