www.samajalive.in
Monday, December 8, 2025
27.1 C
Bhubaneswar

୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ ଆସୁଛି। ପ୍ରଧାନମନ୍ତ୍ରୀ ୮ଟି ଶସ୍ୟର ଜୈବିକ ଦୃଷ୍ଟିରୁ ବିକଶିତ ୧୭ ପ୍ରକାରକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି କିସମର ଶସ୍ୟଗୁଡ଼ିକ ସମେତ ଅନ୍ୟ ଖାଦ୍ୟଶସ୍ୟଗୁଡ଼ିକ ଦେଶର ଜନସାଧାରଣଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବ। ସ୍ଥାନୀୟ କୃଷକମାନଙ୍କ ଦ୍ୱାରା ସେହି କିସମର ଶସ୍ୟଗୁଡ଼ିକୁ ବିକଶିତ କରାଯାଇଛି। ଜୈବିକ ଦୃଷ୍ଟିରୁ ବିକଶିତ ଫସଲଗୁଡ଼ିକର ଉତ୍ପାଦନକୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯିବ।

ସେଗୁଡ଼ିକ ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ଓ ଅଙ୍ଗନବାଡ଼ି ଯୋଜନା ପ୍ରଭୃତି ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଦେଶରୁ କୁପୋଷଣକୁ ଦୂର କରାଯାଇ ପାରିବ। ଏହାଦ୍ୱାରା ମଧ୍ୟ କୃଷକମାନଙ୍କର ଆୟ ବୃଦ୍ଧି ପାଇବ। ସରକାରଙ୍କର ଏହିସବୁ ପଦକ୍ଷେପରୁ ଦେଶର କୃଷିକ୍ଷେତ୍ର ପ୍ରତି ସରକାର କେତେମାତ୍ରାରେ ଧ୍ୟାନ ଦେଉଛନ୍ତି ଓ ଲୋକମାନଙ୍କୁ ପୁଷ୍ଟି ଯୋଗାଣ ଦିଗରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତାହାର ସ୍ପଷ୍ଟ ପ୍ରମାଣ ମିଳୁଛି। ସରକାର ଦେଶରୁ କ୍ଷୁଧା ଓ କୁପୋଷଣ ଦୂର କରିବାକୁ ସଂକଳ୍ପବଦ୍ଧ। ଦେଶରେ ଅଙ୍ଗନବାଡ଼ି, କୃଷିବିଜ୍ଞାନ କେନ୍ଦ୍ର, ଜୈବିକ ଚାଷ ଓ ଉଦ୍ୟାନ ବିଦ୍ୟା ମିଶନଗୁଡ଼ିକରୁ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳୁଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories