www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା କର୍ମଚାରୀ ଓ ମଧ୍ୟସ୍ଥିଙ୍କ ନାମରେ ଥାନାରେ ଅଭିଯୋଗ କଲେ ବିଡିଓ

ବୌଦ୍ଧ: ବୌଦ୍ଧ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ହିତଧିକାରୀଙ୍କ ଜରିଆରେ ଟଙ୍କା ଆତ୍ମସାତ୍‌ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ଓ ମଧ୍ୟସ୍ଥତା କରିଥିବା ବ୍ୟକ୍ତିଙ୍କ ନାମରେ ବୌଦ୍ଧ ବ୍ଲକ ବିଡିଓ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତରେ ୫ ଜଣ ହିତାଧିକାରୀଙ୍କ ଆକାଉଣ୍ଟରୁ ଗୃହ ନିର୍ମାଣ ନହୋଇ ଟଙ୍କା ଉଠାଯାଇଥିବା ଜଣାପଡ଼ିବା ପରେ ସରକାରୀସ୍ତରରେ ତନାଘନା ଆରମ୍ଭ ହୋଇଥିଲା।
ବିଡିଓ ଦେବୀପ୍ରସାଦ ଦାଶ ଅନିୟମିତତାର ତଦନ୍ତ ପାଇଁ ମୁଣ୍ଡାପଡା ପଞ୍ଚାୟତରେ ପହଞ୍ଚି ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ମୁଣ୍ଡାପଡା ଗ୍ରାମର ବସନ୍ତ ବାଘ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ପ୍ରକାଶ ପାଣ୍ଡେଙ୍କ ସହିତ ମିଶି ଏହି ଅର୍ଥ ଆତ୍ମସାତ୍‌ରେ ସହଯୋଗ କରିଥିବା ଜଣାପଡ଼ିବାରେ ସେମାନଙ୍କୁ ଡକାଇ ମୁଣ୍ଡାପଡା ପଞ୍ଚାୟତ କାର୍ୟ୍ୟାଳୟରେ ଏକ ବୈଠକ କରିଥିଲେ। ଉକ୍ତ ବୈଠକରେ ବସନ୍ତ ଓ ପ୍ରକାଶ ହିତାଧିକାରୀମାନଙ୍କ ଆକାଉଣ୍ଟ୍‍ ରୁ ଟଙ୍କା ଉଠାଇଥିବା ସ୍ୱୀକାର କରିବା ସହିତ ଟଙ୍କା ଫେରାଇ ଦେବାକୁ କହିଥିଲେ।
ତେବେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିବା ବସନ୍ତ ଓ ହିତାଧିକାରୀ ସୁଶାନ୍ତ ବେହେରା ମାମଲାରେ ନିଜର ସ୍ୱୀକାରୋକ୍ତି ଲେଖି ବିଡିଓଙ୍କୁ ପ୍ରଦାନ କରିଥିଲେ। ଏହାପରେ ବିଡିଓ ଶ୍ରୀ ଦାଶ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ନିଜର ତଦନ୍ତ ରିପୋର୍ଟ ଚିଠି କରି ଜଣାଇଥିଲେ। ଗତକାଲି ଜିଲାପାଳଙ୍କ ଠାରୁ ଅନୁମତି ପାଇବାପରେ ବିଡିଓ ଶ୍ରୀ ଦାଶ ସରକାରୀ ଯୋଜନାକୁ ବାଟବଣା କରି ଅନିୟମିତତାର ମୁଖ୍ୟ ସୂତ୍ରଧର ପାଲଟିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ପ୍ରକାଶ ପାଣ୍ଡେ ଓ ହିତାଧିକାରୀମାନଙ୍କ ସହ ଯୋଗାଯୋଗ କରି ମଧ୍ୟସ୍ଥି କାର୍ୟ୍ୟ କରିଥିବା ମୁଣ୍ଡାପଡା ଗ୍ରାମର ବସନ୍ତ ବାଘଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ବୌଦ୍ଧ ଥାନା କେସ ନମ୍ବର ୨୯୭/୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories