www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠାରୁ +୨ ନାମଲେଖା ଆବେଦନ ଆରମ୍ଭ, ପ୍ରଥମ ଦିନରେ ନାମ ପଞ୍ଜୀକରଣ କଲେ ୩୬,୫୮୧ଜଣ ଛାତ୍ରଛାତ୍ରୀ 

ଭୁବନେଶ୍ବର: ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରଥମ ଦିନରେ ସନ୍ଧ୍ୟା ୭.୧୫ଟା ସୁଦ୍ଧା ୩୬,୫୮୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍‌ଲାଇନରେ ୧୭,୪୭୬ଜଣ ଆବେଦନ କରିଛନ୍ତି ଏବଂ ୧୭୦୫୬ଜଣ ଆବେଦନ ଫି ପଇଠ କରିଛନ୍ତି ବୋଲି ଜଣାପଡ଼ିଛି।

 

- Advertisement -

ସାମ୍ସ ପୋର୍ଟାଲରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନ କରିଛନ୍ତି। ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ୧୩ ସେପ୍ଟେମ୍ବର ପୂର୍ବାହ୍ନ ୧୧.୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ଥିବା ଛାତ୍ରଛାତ୍ରୀ ୧୪ ରୁ ୨୧ ସେପ୍ଟେମ୍ବର ମଧ୍ୟରେ ନାମ ଲେଖାଇବେ। ୨୭ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ୨୯ ସେପ୍ଟମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ। ୪ ଅକ୍ଟୋବରରେ ତତ୍‌କ୍ଷଣାତ ମନୋନୟନ (ସ୍ପଟ ସିଲେକସନ) ମେଧା ତାଲିକା ପ୍ରକାଶ ପାଇବ। ଦ୍ବିତୀୟ ନାମଲେଖା ପରେ ବଳକା ଥିବା ଆସନର ତିନିଗୁଣା ଛାତ୍ରଛାତ୍ରୀଙ୍କୁ ଡକାଯିବ। କରୋନା ପାଇଁ ନାମଲେଖା ଦେୟ ବୃଦ୍ଧି ହେବ ନାହିଁ ବୋଲି ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ।
ଚଳିତ ସପ୍ତାହରେ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ନିର୍ଦ୍ଧାରିତ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତାକାଲି କିମ୍ବା ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କରାଯିବ ବୋଲି ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories