ଗୁରୁଡିଝାଟିଆ : ପରିବେଶ ବଞ୍ଚିଲେ ଆମେ ବଞ୍ଚବା। ପରିବେଶକୁ ସୁସ୍ଥ ସୁନ୍ଦର ଭାବରେ ଗଢିତୋଳି ଭବିଷ୍ୟତ ବଂଶଧର ପାଇଁ ଏକ ପ୍ରଦୂଷଣ ବିହୀନ ସମାଜ ଗଠନ କରିବା ଆମମାନଙ୍କ କର୍ତ୍ତବ୍ୟ ବୋଲି ବାଳି ବନଦୁର୍ଗା ସ୍ପୋଟସ କ୍ଳବ ଓ ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୁରୁଡିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି ବୃକ୍ଷଚାରା ରୋପଣ କରି ଉପରୋକ୍ତ ମତପ୍ରକାଶ କରିଥିଲେ। ଖେଳପଡ଼ିଆ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ପୋର୍ଟସ କ୍ଲବର ସଭାପତି ଗିରିଶନାଥ ମିଶ୍ର, ସଂପାଦକ ପ୍ରଦୀପ ବିଶ୍ୱାଳ(ବିକୁନା) ଗାଁ କମିଟି ସଭାପତି ଜ୍ଞାନ ରଞ୍ଜନ ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ଦଳାଇ ସଂପାଦକ ଉମେଶ ଚନ୍ଦ୍ର ମିଶ୍ର, ବ୍ରହ୍ମାନନ୍ଦ ଦାସ, ଚିତ୍ତରଞ୍ଜନ ନାୟକ ସହିତ ଗାଁର ବହୁ ଯୁବକ ଓ ମୁରବୀ ଉପସ୍ଥିତ ରହି ବୃକ୍ଷଚାରା ରୋପଣ କରିଥିଲେ।
Popular Categories



