www.samajalive.in
Monday, December 8, 2025
20.1 C
Bhubaneswar

ବିଜେପି ନେତା ପୀତବାସ ହତ୍ୟା ମାମଲା: ପଚରାଉଚରା ଜାରି, ପୁଲିସ ବୟାନକୁ ଅପେକ୍ଷା

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାକୁ ୭ ଦିନ ବିତିଛି ା ବ୍ରହ୍ମପୁର ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଥିଲେ ମଧ୍ୟ ଆଜି ଯାଏଁ ହତ୍ୟାକାରୀ କିମ୍ବା ଷଡଯନ୍ତ୍ରକାରୀଙ୍କ ନାମ ସାମ୍ନାକୁ ଆସି ପାରିନାହିଁ ା ତଦନ୍ତ କାଳରେ ପୁଲିସ ୭୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଛି ା ହତ୍ୟା ପରଠାରୁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଆଜି ମଧ୍ୟ ଜଣେ ପୁରୁଣା ଅଭିଯୁକ୍ତକୁ ଉଠାଇ ନେଇ ପଚରାଉଚରା କରିଛି। ଏହି ହାଇ ପ୍ରୋଫାଇଲ ହତ୍ୟାର ରହସ୍ୟ ଉନ୍ମୋଚନ କେବେ ହେବ ବ ତାହାକୁ ସଭିଏଁ ଅପେକ୍ଷା କରି ରହିଛନ୍ତି।

ଏଭଳି ସ୍ଥିତିରେ ବ୍ରହ୍ମପୁରର ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି ଆଜି ବିଜେପି ଜିଲା କାର୍ଯ୍ୟାଳୟରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ବଡ ବିବୃତ୍ତି ଦେଇଛନ୍ତି ା ପୀତବାସଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଟଙ୍କା କାରବାର ହୋଇଛି ା ଏଥିରେ ସମ୍ପୃକ୍ତ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କ ବିଷୟରେ ପୁଲିସ ଜାଣି ସାରିଛି ା ପୀତବାସଙ୍କୁ ହତ୍ୟା କରିବାର କିଛିଦିନ ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ପିଛା କରିବା ସହ ତାଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ଅଭିଯୁକ୍ତମାନେ ଖୁବଶୀଘ୍ର ଧରାପଡିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ା ପୀତବାସ ପଣ୍ଡା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼ୁଥିବା ଜଣେ ନିର୍ଭୀକ ମଣିଷ ଥିଲେ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହିପରି କାପୁରୁଷ କାର୍ଯ୍ୟ ଅତୀବ ନିନ୍ଦନୀୟ। ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସାମନାକୁ ଆଣିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କୁ ଗୁଳି କରିଥିବା ଅଭିଯୁକ୍ତଙ୍କ ସମେତ ପ୍ରଚ୍ଛଦପଟର ଖଳନାୟକଙ୍କୁ ତୁରନ୍ତ ଧରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରଦ୍ଧାଞ୍ଜଳି ସଭାରେ ଦଳୀୟ ନେତା, କର୍ମୀ ଓ ବିଧାୟକମାନେ ଦାବି କରିଛନ୍ତି।

- Advertisement -

ଗତ ୬ତାରିଖ କୁମାରପୂର୍ଣ୍ଣିମା ରାତିରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ସ୍କୁଟି ଯୋଗେ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଫେରାର ହୋଇଯାଇଥିଲେ ା ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ା ପୀତବାସଙ୍କ ବ୍ୟବସାୟିକ, ବୃତ୍ତିଗତ, ବ୍ୟକ୍ତିଗତ ଓ ଶତ୍ରୁତା ଦିଗକୁ ନେଇ ପୁଲିସ ଖୋଳତାଡ ଜାରି ରଖିଛି ା ଏହି ୭ ଦିନ ଭିତରେ କିଛି ରାଜନୈତିକ ବ୍ୟକ୍ତି, ବାଲି ଓ ଖଣି ବ୍ୟବସାୟରେ ଜଡିତ ବ୍ୟକ୍ତି, ଆଇନଜୀବୀ, ପୁଲିସ କର୍ମଚାରୀ, ସିଆଇଏସଏଫ ଯବାନ ଓ ପରିବାର ସଦସ୍ୟ ସମେତ ପ୍ରାୟ ୭୦ ଜଣଙ୍କୁ ପଚରାଉଚରା କରିସାରିଛି ା ଗତକାଲି ବ୍ରହ୍ମପୁରର ଜଣେ କର୍ପୋରେଟର ସମେତ ଜିଲାର କିଛି ଅଞ୍ଚଳରୁ ଏକାଧିକ ବ୍ୟକ୍ତିଙ୍କୁ ଉଠାଇ ଆଣି ପଚରାଉଚରା କରାଯାଇଥିଲା ା ଆଜି ମଧ୍ୟ ଜଣେ ପୁରୁଣା ଅଭିଯୁକ୍ତଙ୍କୁ ଉଠାଇ ଆଣି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ା ଏପରିକି ପୁଲିସ ଟିମ ବ୍ରହ୍ମପୁର ବାହାରକୁ ଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories