www.samajalive.in
Monday, December 8, 2025
20.1 C
Bhubaneswar

ଏସ୍‌‌ବିଆଇ ପକ୍ଷରୁ ୩୫୦ ଏସ୍‌‌ଏଚ୍‌‌ଜିଙ୍କୁ ୧୨କୋଟିର ଋଣ ପ୍ରଦାନ

ପିପିଲି :ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ (ଏସ୍‌‌ବିଆଇ) ଭୁବନେଶ୍ୱର ମଣ୍ଡଳର ପୁରୀ ଆର୍‌‌ବିଓ-୩ ପକ୍ଷରୁ ଶନିବାର ଦିନ ପିପିଲିରେ ଏକ ବୃହତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କ୍ରିଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ଏହି ଋଣ ପ୍ରଦାନ ମେଳାକୁ ମୁଖ୍ୟଅତିଥି ଭାବେ ଏସ୍‌‌ବିଆଇ ର ଭୁବନେଶ୍ୱର ମଣ୍ଡଳ ମହାପ୍ରବନ୍ଧକ ପୋନମ୍ବଲମ ଏମ୍. ଓ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଜୋନ୍‌‌ ଉପ-ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ଯୋଗଦେଇ ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଉଭୟ ଅଧିକାରୀ ଏସ୍‌‌ଏଚ୍‌‌ଜି ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଦିଗରେ ବ୍ୟାଙ୍କ ପକ୍ଷରୁ କରାଯାଉଥିବା ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏସ୍‌‌ଏଚ୍‌‌ଜି ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କର ଆତ୍ମନିର୍ଭରଶୀଳତା ବୃଦ୍ଧି ନିମନ୍ତେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଲେ ସେମାନଙ୍କ ଜୀବିକାରେ ଉନ୍ନତି ଆସିପାରିବ ଏବଂ ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ଉଭୟ ଅଧିକାରୀ ପ୍ରକାଶ କରିଥିଲେ।

- Advertisement -

ଏହି ଅବସରରେ ୩୫୦ ଏସ୍‌‌ଏଚ୍‌‌ଜିଙ୍କୁ ୧୨କୋଟିର ଋଣ ପ୍ରଦାନ କରାଯାଇଥିଲା। କାଠ କଣ୍ଢେଇ, ନଡିଆ କତାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି, ପଟ୍ଟଚିତ୍ର, ସସ୍, ଫିନାଇଲ, ସାନିଟାଇଜର ପ୍ରସ୍ତୁତି, ଚାନ୍ଦୁଆ ତିଆରି ଆଦି ସହ ଛତୁ ମଞ୍ଜି ଉତ୍ପାଦନ, କୁକୁଡା ଚାଷ ଆଦି ବିଭିନ୍ନ ଉଦ୍ୟୋଗ ପାଇଁ ମହିଳା ଗୋଷ୍ଠିମାନଙ୍କୁ ଏହି ଋଣ ପ୍ରଦାନ କରାଯାଇଥିଲା।

ଏସ୍‌‌ବିଆଇର ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭରତ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍‌‌ବିଆଇ ପୁରୀ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ (କ୍ରେଡିଟ) ରୋହନ ତ୍ରିପାଠୀ ଓ ଅନ୍ୟତମ ମୁଖ୍ୟ ପ୍ରବନ୍ଧକ ସନ୍ତୋଷ କୁମାସ ଦାସ, ପୁରୀ ମୁଖ୍ୟଶାଖା ଚିଫ୍ ମ୍ୟାନେଜର ବିଜୟ ଶତପଥୀ, ପିପିଲି ଶାଖା ମୁଖ୍ୟ ପରିଚାଳକ ହିମାଂଶୁ ଶେଖର ଦାସ, ନିମାପଡା ଶାଖା ଚିଫ୍ ମ୍ୟାନେଜର ଦେବାନନ୍ଦ ସେଠୀ, ନିମାପଡା ଶାଖା ମୁଖ୍ୟ ପ୍ରବନ୍ଧକ ସିମାଞ୍ଚଳ ପଣ୍ଡା, ଦାଣ୍ଡମୁକୁନ୍ଦପୁର ଶାଖା ପ୍ରବନ୍ଧକ ବେଦପ୍ରକାଶ ସାହାଣୀ ଓ କୃଷି ବିଭାଗ ଅଧିକାରୀ ପିନାକୀ ଦେ, ଭାରତୀପୁର ଶାଖା ପ୍ରବନ୍ଧକ ଲିପି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌‌ବିଆଇ ର ପିପିଲି ଶାଖା ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ଜିଲାର ନିମାପଡା, ପିପିଲି, ସାକ୍ଷୀଗୋପାଳ, ଦାଣ୍ଡମୁକୁନ୍ଦପୁର, ଭାରତୀପୁର ସମେତ ୧୦ରୁ ଅଧିକ ଶାଖା ଅଞ୍ଚଳରୁ ଏସ୍‌‌ଏଚ୍‌‌ଜି ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories