www.samajalive.in
Monday, December 8, 2025
27.1 C
Bhubaneswar

କାକୁଡିଆକୁ ପାନୀୟ ଜଳଯୋଗାଣ ବନ୍ଦ

ପିପିଲି : ପିପିଲି ବ୍ଲକ କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମକୁ ଗତ ୧୦ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ପିଇବା ପାଣି ଭଳି ମୌଳିକ ସେବା ପାଇବାରୁ ଗ୍ରାମବାସୀମାନେ ବଞ୍ଚିତ ହୋଇଛନ୍ତି। ଏଥିଯୋଗୁଁ ଗ୍ରାମର ଶତାଧିକ ପରିବାର ଏବେ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଗ୍ରାମକୁ ତୁରନ୍ତ ପାନୀୟ ଜଳ ଯୋଗାଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାଇ, କାକୁଡିଆ ଗ୍ରାମ ଠାରେ ଥିବା ଜନ ସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପ୍ରକଳ୍ପ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇ ଜଟଣୀ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ପରେ ଖୋର୍ଦ୍ଧା ଓ ପୁରୀ ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ୧୯୯୬ ମସିହା ଠାରୁ କାକୁଡିଆ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ଯୋଗେ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ୨୨ ବର୍ଷ ପରେ କୌଣସି କାରଣ ନଥାଇ କାକୁଡିଆ ଗ୍ରାମକୁ ଗତ ୧୦ ଦିନ ହେବ ପାନୀୟ ଜଳ ଯୋଗାଣକୁ ବନ୍ଦ କରି ଦିଆଯାଇଛି। ଭୂତଳ ଜଳସ୍ତର କମିଯାଇଥିବାରୁ ଗ୍ରାମରେ ଥିବା ନଳକୂପରୁ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁନାହିଁ। ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବା ଜାଣି ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସେଥିପ୍ରତି ନିଘା ନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏସଂପର୍କରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ଜିଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇବା ସହ ତୁରନ୍ତ ପୂର୍ବପରି ଗ୍ରାମକୁ ନିରବଚ୍ଛିନ ଜଳଯୋଗାଣ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories