www.samajalive.in
Sunday, December 14, 2025
26.1 C
Bhubaneswar

ବିମାନ ଚଳାଚଳ ଅନିଶ୍ଚିତ; ପାଇଲଟ୍ ଓ ବିମାନ କର୍ମଚାରୀଙ୍କ ବେତନ ବନ୍ଦ

ନୂଆଦିଲ୍ଲୀ: ବିମାନ ଚଳାଚଳକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ମେ ୪ଠାରୁ ଏୟାର ଇଣ୍ଡିଆ ଘରୋଇ ଓ ଜୁନ୍ ଶେଷ ସପ୍ତାହରେ ଆନ୍ତର୍ଜାତିକ ଉଡ଼ାଣ କରିବା ପାଇଁ ଘୋଷଣା କରିଥିବା କୁହାଯାଉଥିଲେ ହେଁ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପରବର୍ତୀ ନିର୍ଦେଶ ନ ମିଳିବା ପର୍ଯ୍ୟନ୍ତ ବିମାନ ଯାତ୍ରା ବୁକିଂ ନ କରିବାକୁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀକୁ ନିର୍ଦେଶ ଦେଇଛି । ଏହାପରେ ମେ ୪ରୁ ବିମାନ ଚଳାଚଳ ନେଇ ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା ତାହା ବନ୍ଦ ହୋଇ ଯାଇଛି ।

ଅପରପକ୍ଷରେ ଲକ୍ଡ଼ାଉନ ଓ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଯୋଗୁଁ ଦେଶର ବିମାନକମ୍ପାନୀଗୁଡ଼ିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଚର୍ଚା ହେଉଛି । ଏପରିକି ଏହି କ୍ଷତି ଭରଣା ନିମନ୍ତେ ସେମାନେ କର୍ମଚାରୀଙ୍କ ବେତନ ହ୍ରାସ, ବେତନ କାଟ, ନୋ ୱାର୍କ-ନୋ ପେ, ଅବୈତନିକ ଛୁଟି ପରି ବିଭିନ୍ନ ବାଟ ବାହାର କରିଛନ୍ତି । ଗୋ-ଏୟାର ବିମାନ କମ୍ପାନୀ ତାର ସମସ୍ତ କର୍ମଚାରୀଙ୍କୁ ମେ ୩ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବାକୁ କହିଛି ଏବଂ ଏହି ସମୟର ବେତନ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି । ଏହି କମ୍ପାନୀରେ ପ୍ରାୟ ୫ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଏମାନଙ୍କ ଭିତରେ ପାଇଲଟ, ହୋଷ୍ଟେସ, ଗ୍ରାଉଣ୍ଡ କ୍ରିଉ, ବୁକିଂ କର୍ମଚାରୀ ସାମିଲ । ଡ଼େକାନ ଏୟାର ମଧ୍ୟ ଅନୁରୂପ ଭାବରେ ନିଜ କର୍ମଚାରୀଙ୍କ ପାଇଁ ନୋ-ୱାର୍କ, ନୋ-ପେ ଘୋଷଣା କରିଥିବା ସୂଚନା ମିଳିଛି । ସ୍ପାଇସ ଜେଟ୍ ମଧ୍ୟ ଅନୁରୂପ ପଦକ୍ଷେପ ନେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

- Advertisement -

ମାର୍ଚ ୨୫ ତାରିଖଠାରୁ ଦେଶରେ ବିମାନ ଚଳାଚଳ ବନ୍ଦ ରହିଛି । ଉଭୟ ଜାତୀୟ ଓ ଆନ୍ତର୍ଜାତିକ ବିମାନବନ୍ଦରଗୁଡ଼ିକ ଏବେ ଖାଁଖାଁ । ମେ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍ଡ଼ାଉନ ଘୋଷଣା କରାଯାଇଛି । ତେବେ ଏହାପରେ ବିମାନ ଚଳାଚଳ ସ୍ବାଭାବିକ ହେବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ । ପୁଣି ଆନ୍ତର୍ଜାତିକ ଉଡ଼ାଣ ମଧ୍ୟ ଏବେ ଆରମ୍ଭ ହେବା ସମ୍ଭାବନା ଆପାତତଃ ନାହିଁ । ଏପରି ସ୍ଥିତିରେ ବିମାନ କମ୍ପାନୀ ନିକଟରେ ଆଉ କିଛି ରାସ୍ତା ନାହିଁ ବୋଲି ଏକ କମ୍ପାନୀର ବରିଷ୍ଠ ଅଧିକାରୀ କହିଛନ୍ତି । କେବଳ ସେତିକି ନୁହେଁ, ବିମାନ ଚଳାଚଳ ଆରମ୍ଭ ହେଲେ ବି ଏଥିପାଇଁ ସରକାର କେଉଁ ମାର୍ଗଦର୍ଶିକା ଜାରି କରୁଛନ୍ତି ତାହା ଉପରେ ବିମାନ କମ୍ପାନୀଗୁଡ଼ିକର ନଜର ରହିଛି । ସାମାଜିକ ବ୍ୟବଧାନକୁ ବାଧ୍ୟତାମୂଳକ କରାଯିବା ସ୍ଥିତିରେ ସାଧାରଣ ବୋଇଂରେ ୧୮୦ ଯାତ୍ରୀଙ୍କ ସ୍ଥାନରେ କେତେ ଯାତ୍ରୀଙ୍କୁ ନେବା ପାଇଁ ଅନୁମତି ମିଳିବ ତାହା ଉପରେ ଯାତ୍ରା ଓ ଯାତ୍ରୀ ଭଡ଼ା ଧାର୍ଯ୍ୟ କରାଯିବ ବୋଲି ଏହି ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories