ପିକଅପ ଓଲଟି ଡ୍ରାଇଭର ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ ରଙ୍ଗମାଟିଆଠାରେ ବୁଧବାର ଅପରାହ୍ନରେ ଏକ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡି ନଂ ସିଜି୧୩ଏଜେଡ୨୯୨୭ ଏକ ମାଲ ବୋଝେଇ ପିକଅପ ଭ୍ୟାନ ଭୁବନେଶ୍ୱରରୁ ରାୟପୁର ଯାଉଥିବା ସମୟରେ ରଙ୍ଗମାଟିଆଠାରେ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ଏଥିରେ ଡ୍ରଇଭର ମନୀକ୍ଷା ପଶାଚ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହରଭଙ୍ଗା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ।

Comments are closed.