www.samajalive.in
Tuesday, December 9, 2025
16.1 C
Bhubaneswar

ପରୀକ୍ଷା ଦେବାକୁ ଆସିଥିବା ଦିବ୍ୟାଙ୍ଗଙ୍କୁ ହତ୍ୟା, ଟଙ୍କା ନ ମିଳିବାରୁ କାଟିନେଲେ ଲୁଟେରା

ଔରଙ୍ଗାବାଦ: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଲୁଟେରା ବର୍ବରତାର ସବୁ ସୀମା ଟପିଯାଇଛନ୍ତି। ଆରବିଆଇ ପରୀକ୍ଷା ଦେବାକୁ ଆସିଥିବା ଜଣେ ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗକୁ କିଛି ଟଙ୍କା ପାଇଁ ଲୁଟେରା ହତ୍ୟା କରିଛନ୍ତି। ତାଙ୍କୁ ହତ୍ୟା କରିବା ପରେ ଗୋଟିଏ ହାତ କାଟି ନେଇଛନ୍ତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିବାବେଳେ କଟା ହାତକୁ ଜବତ କରିପାରି ନାହିଁ।

ସୂଚନା ଅନୁସାରେ, ଅହମଦନଗର ଜିଲାର ପାଥର୍ଡି ତହସିଲ ଅଞ୍ଚଳରୁ ବିକାଶ ଦେବୀଚାନ୍ଦ ଚୌହ୍ବାନ ନାମକ ଜଣେ ଦିବ୍ୟାଙ୍ଗ ଆରବିଆଇର ଏକ ପରୀକ୍ଷା ଦେବା ଲାଗି ଗତ ଗୁରୁବାର ଅପରାହ୍ନରେ ଔରଙ୍ଗାବାଦ ଆସିଥିଲେ। ଶୁକ୍ରବାର ତାଙ୍କର ପରୀକ୍ଷା ତିଲା। ପାଖରେ ଅଧିକ ଅର୍ଥ ନ ଥିବା ଏବଂ ସହରରେ ଚିହ୍ନାଜଣା କେହି ନ ଥିବାରୁ ସେ ବସଷ୍ଟାଣ୍ଡରେ ହିଁ ବିଶ୍ରାମ ନେଇଥିଲେ। ଶୁକ୍ରବାର ସକାଳୁ ପାଖରେ ଥିବା ଏକ କବରସ୍ତାନ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ସଫେଇ କର୍ମଚାରୀ ମୃତଦେହ​‌ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରୁ ବିକାଶଙ୍କ ହତ୍ୟା ସମ୍ପର୍କରେ ଜାଣିବାକୁ ପାଇଛି।

- Advertisement -

ସିସିଟିଭି ଫୁଟେଜରୁ​‌ ଦେଖିବାକୁ ମିଳିଛି ଯେ, ଶୁକ୍ରବାର ସକାଳେ ବିକାଶ ବସଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିବାବେଳେ ଏକ ଅଟୋ ଚାଳକ ପହଞ୍ଚି ତାଙ୍କ ସହ କଥା ହୋଇଥିଲା। ପରେ ତାଙ୍କୁ ପାଖରେ ଥିବା ଏକ କବରସ୍ତାନ ନିକଟକୁ ନେଇଯାଇଥିଲା। ସେଠାରେ ଲୁଟେରା ଅଟୋ ଚାଳକ ବିକାଶଙ୍କଠାରୁ ଟଙ୍କା ଛଡ଼ାଇନେବାକୁ ଉଦ୍ୟମ କରିଥିଲା। ବିକାଶ ବିରୋଧ କରିବାରୁ ଲୁଟେରା ତାଙ୍କୁ ମାଡ଼ ମାରିବା ସହିତ ଧାରୁଆ ଅସ୍ତ୍ରରେ ତାଙ୍କ ଛାତି, ବେକ ଏବଂ ପେଟକୁ ଆକ୍ରମଣ କରିଥିଲା। ବିକାଶଙ୍କୁ ହତ୍ୟା କରିବା ପରେ ଲୁଟେରା ତାଙ୍କ ହାତ ବି କାଟି ନେଇଥିଲା।

ବିକାଶଙ୍କ ପକେଟରୁ ପୁଲିସ ୭୦୦ ଟଙ୍କା ପାଇଛି। ବିକାଶ ଅତି ଗରିବ ପରିବାରର ଥିଲେ। ତାଙ୍କ ବାପା ଏବଂ ସାନ ଭାଇ ଆଖୁ କ୍ଷେତରେ ଆଖୁ କାଟିବା କାମ କରନ୍ତି। ମା’ ୧୫ ବର୍ଷ ଧରି ରୋଗାକ୍ରାନ୍ତ ଅବସ୍ଥାରେ ଶଯ୍ୟାରେ ପଡ଼ିଛନ୍ତି। ଅଭାବ ଅନଟନ ସତ୍ବେ ବିକାଶ ଇସିହାସରେ ପିଜି କରିବା ସହିତ ଚାକିରି କରି ନିଜ ଭବିଷ୍ୟତ ଗଢ଼ିବାକୁ ଚାହିଁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories