ବ୍ରହ୍ମପୁରରେ ୧୦୦ ଛୁଇଁଲା ପେଟ୍ରୋଲ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁଛି । ଶନିବାର ପେଟ୍ରୋଲ୍ ଲିଟର ଦର ସହରରେ ୧୦୦ଟଙ୍କା ୩୧ ପଇସା ରହିଛି । ସେହିଭଳି ଡିଜେଲ୍ ଦର ଲିଟର ରହିଛି ୯୭.୯୯ ଟଙ୍କା । ବ୍ରହ୍ମପୁର ସହରରେ ପୂର୍ବରୁ କେବେ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁ ନ ଥିଲା । ଅହେତୁକ ଦରବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅପରପକ୍ଷେ ପେଟ୍ରୋଲ୍ ଏବଂ ଡିଜେଲ ଦର ବୃଦ୍ଧି ବିରୋଧରେ ବିଭିନ୍ନ ବାମପନ୍ଥୀ ସଂଗଠନଗୁଡ଼ିକ ତରଫରୁ ଗତ କିଛି ଦିନ ହେଲା ସହରରେ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କରୋନା ଯୋଗୁ ଲୋକଙ୍କ ଆର୍ଥୀକ ସ୍ଥିତି ଖରାପ ହେବାରେ ଲାଗିଛି । ଏଭଳି ସମୟରେ ତୈଳ ଦର ବୃଦ୍ଧିକୁ ଅନେକ ସହରବାସୀ ସମାଲୋଚନା କରିଛନ୍ତି ।
Comments are closed.