www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ଟିକା, ଅମ୍ଳଜାନ କିଣିବା ଲାଗି ପିଏମ କେୟାର ପାଣ୍ଠି ବିନିଯୋଗ ପାଇଁ ସୁପ୍ରିମକୋର୍ଟରେ ପିଟିଶନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଟିକା ଏବଂ ଅମ୍ଳଜାନ କାରଖାନା ଏବଂ ଅନ୍ୟାନ୍ୟ ଜରୁରୀ ଉପକରଣ କିଣିବା ପାଇଁ ପିଏମ କେୟାର ପାଣ୍ଠି ବିନିଯୋଗ କରିବା ଲାଗି ନିର୍ଦେଶ ଦେବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆଡ୍‌ଭୋକେଟ ବିପ୍ଳବ ଶର୍ମାଙ୍କ ପକ୍ଷରୁ ଏହି ପିଟିଶନ ଦାୟର ହୋଇଛି। ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରିବା ଏବଂ ପୂର୍ବରୁ ଥିବା ଶବଦାହ ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ନିର୍ଦେଶ ଦେବା ପାଇଁ ଶର୍ମା ପିଟିଶନରେ ନିବେଦନ କରିଛନ୍ତି।

କରୋନା ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପିଏମ କେୟାର ପାଣ୍ଠି ଗଠନ କରାଯାଇଥିଲା। ମହାମାରୀ ମୁକାବିଲା ପାଇଁ ଅର୍ଥ ଯୋଗାଡ଼ କରିବା ଲକ୍ଷ୍ୟରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ତେବେ ଏହାର ପ୍ରତିଷ୍ଠା ହେବା ଦିନଠାରୁ ଅର୍ଥର ଅଡିଟ୍‌ କରାଯାଉ ନ ଥିବାରୁ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇ ଆସୁଛି। ତେବେ ରାଜନୈତିକ ଦଳଗୁଡ଼ିକର ଚାପ ବିଶେଷ କରି କଂଗ୍ରେସର କଡ଼ା ସମାଲୋଚନା ପରେ କେନ୍ଦ୍ର ସରକାର ପାଣ୍ଠିର ଅଡିଟ୍‌ ପାଇଁ ଜଣେ ଅଡିଟର ନିଯୁକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories