www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ଅର୍ଥନୀତିକୁ ନଷ୍ଟ କରୁଛନ୍ତି

ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଆମ ଅର୍ଥନୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ କାହାଣୀକୁ ନିଜ ଆଡୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛନ୍ତି।

ସେବି ଅଧ୍ୟକ୍ଷା ମାଧବୀ ବୁଚଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ଅଭିଯୋଗକୁ ନେଇ କଂଗ୍ରେସ ରବିବାର ମୋଦୀ ସରକାରଙ୍କୁ ସମାଲୋଚନା କରିବା ସହ ରାହୁଲ ଗାନ୍ଧୀ କହିଥିଲେ ଯେ ବଜାର ନିୟାମକଙ୍କ ସଚ୍ଚୋଟତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ସେ ଏହି ମାମଲାର ସଂସଦୀୟ ଯୁଗ୍ମ କମିଟି ଦ୍ୱାରା ତଦନ୍ତ ଦାବି କରିଛନ୍ତି। ଏହାପରେ ଉପରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଛନ୍ତି।

- Advertisement -

ଆଜି ଦିଲ୍ଲୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟରେ ଯୁଗ୍ମ ମାଷ୍ଟର୍ସ/ଏଲଏଲଏମ ଡିଗ୍ରୀର ପ୍ରଥମ ବ୍ୟାଚକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କାହାର ନାମ ନନେଇ କହିଛନ୍ତି, “ଗତ ସପ୍ତାହରେ ଯେତେବେଳେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଆମ ଅର୍ଥନୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ କାହାଣୀକୁ ନିଜ ଆଡୁ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ, ସେତେବେଳେ ମୁଁ ଅତ୍ୟନ୍ତ ଚିନ୍ତିତ ହୋଇଥିଲି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories