www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରାଦ୍ଧ ଦିବସ ପରେ ସହିଦ ସମାଧିପୀଠକୁ ଭୁଲିଗଲେ

ବାସୁଦେବପୁର : ସ୍ୱଚ୍ଛ ଭାରତ ମିଶନକୁ ପୁରିଛି ଦଶବର୍ଷ । କେଉଁଠି ଟିକିଏ ସଫେଇରେ ଭାଗନେଇ କ୍ୟାମେରାରେ ନିଜ ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ନାଁ କମାଇବାକୁ ଶସ୍ତାନିତୀ ଆପଣେଇଛନ୍ତି କେତେକ ଆତ୍ମଘୋଷିତ ସମାଜସେବୀ ଓ  ପ୍ରଶାସନିକ ଅଧିକାରୀ । ମାତ୍ର ସ୍ୱଚ୍ଛ ଭାରତ ମିଶନର ପ୍ରକୃତ ଛବି ଦେଖିବାକୁ ମିଳିଛି ରକ୍ତତୀର୍ଥ ଇରମସ୍ଥିତ ସଂଗ୍ରାମୀ ଶହୀଦ ସମାଧୀ ପୀଠରେ ।

ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ଅଠେଇଶ ତାରିଖରେ ବହୁ ଆଡମ୍ବରରେ ଶହୀଦମାନଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଆସୁଛି । ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ବିଷେଷ ଏହି ଅବସରରେ ଅତିଥି ଭାବରେ ଯୋଗଦେବା ସହିତ ଶହୀଦ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ସଂଗ୍ରାମୀ ଶହୀଦମାନଙ୍କ ପରିବାର ଏହି ଠାରେ ପହଞ୍ଚି ଶ୍ରାଦ୍ଧ ଦିବସ ପାଳନ କରିଥାଆନ୍ତି । ତାପରଦିନ ଠାରୁ ସଂଗ୍ରାମୀମାନଙ୍କ ସମାଧୀ ପୀଠ ଯେମିତି ଅବହେଳିତ ଅବସ୍ଥାରେ ପଡିରହିଛି ,ତାହାର ସ୍ପଷ୍ଟଚିତ୍ର ଦେଖିବାକୁ ମିଳିଛି । ସମାଧୀ ପୀଠରେ ଶୁଖିଲା ଫୁଲ, ଶ୍ରାଦ୍ଧ ବର୍ଯ୍ୟବସ୍ତୁରେ ପରିପୁର୍ଣ୍ଣ । ଗାନ୍ଧୀ ଜୟନ୍ତୀରେ ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ଆଜି ଫୁଲମାଳଟିଏ ପଡିପାରିନି । ଯାହାକୁ ନେଇ ସ୍ଥାନୀୟ କେତେକ ବାସିନ୍ଦା ଆପତ୍ତି ଆଣିଛନ୍ତି । ଇରମ ପଞ୍ଚାୟତର ସରପଞ୍ଚ ସାବିତ୍ରୀ ବଳ କୁହନ୍ତି କି ତୁରନ୍ତ ସଫେଇପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ବିଡିଓ ସଞ୍ଜୀବ କୁମାର ସାହୁ କୁହନ୍ତି କି ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସଫେଇ କରାଯିବାର ବ୍ୟବସ୍ଥା କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories