www.samajalive.in
Thursday, December 11, 2025
27.1 C
Bhubaneswar

ଫୋନଟ୍ୟାପିଂ ମାମଲା : ବିଚାର ବିଭାଗୀୟ ତଦନ୍ତ ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର : ପେଗାସସ, ସ୍ପାୟୱେର ଦ୍ୱାରା କଂଗ୍ରେସ ଦଳର ନେତୃବୃନ୍ଦ ପୂର୍ବତନ ସର୍ବଭାରତୀୟ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କର ଫୋନ, ବିରୋଧି ଦଳର ତୃଙ୍ଗ ନେତୃବର୍ଗ, ଭାରତ ବର୍ଷର ନିର୍ବାଚନ ଆୟୋଗର ଅଧିକାରୀ ବୃନ୍ଦ, ବିଶିଷ୍ଟ ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ କେନ୍ଦ୍ର ସରକାରଙ୍କର ବର୍ତମାନର କିଛି ମନ୍ତ୍ରୀ ମାନଙ୍କର ତଥା ପୂର୍ବତନ ସାମରିକ ଅଧିକାରୀ ବୃନ୍ଦଙ୍କ ପୋନ୍ ଟ୍ୟାପିଂ କରାଯାଇଛି। ସେହିପରି ବିଶିଷ୍ଟ ଓକିଲ, ସାମାଜିିକ କର୍ମୀ, ରାଜନୈତିକ ବ୍ୟକ୍ତିବିଶେଷ, ବିରୋଧିଳର ନେତୃବୃନ୍ଦ ଏମାନଙ୍କର ଫୋନକୁ ୨୦୧୯ ମସିହା ସାଧାରଣ ନିର୍ବାଚନର ବହୁପୂର୍ବରୁ ବେଆଇନ ଭାବରେ ଟ୍ୟାପିଂ କରାଯାଉଥିଲା। ଏହାଦ୍ୱାରା ସେମାନଙ୍କର ସମସ୍ତ କଥାବାର୍ତା ଗତିବିଧି ଓ କାର୍ଯ୍ୟକଳାପ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ଆଜିର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଏହା ନିୟନ୍ତ୍ରିତ ହେଉଥିଲା । ଭାରତୀୟ ସମ୍ବିଧାନର ଧାରା ୨୧ର ଖୁଲମ ଖୁଲା ଉଲଙ୍ଘନ କରାଯାଇ ଜଣେ ବ୍ୟକ୍ତିର ତାର ଯେଉଁ ସ୍ୱାଧୀନତା ଏବଂ ଜୀବନ ବଂଚିବାର ଯେଉଁ ଅଧିକାର ତାକୁ କେଉଁଠି ନା କେଉଁଠି ଏ ସରକାର ଖୋଦ ଆଜିର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନିୟନ୍ତ୍ରିତ କରିବା ସହିତ ନିଜର ରାଜନୈତିକ ଫାଇଦା ହାସଲ କରିବାରେ ଲାଗିଥିଲେ । କଂଗ୍ରେସ ଦଳ ଏହି ଫୋନ ଟ୍ୟାପିଂକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟକଳାପ ଦେଶଦ୍ରୋହ କାର୍ଯ୍ୟ ସହିତ ସମାନ ।

- Advertisement -

ଯେହେତୁ ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ସିଧାସଳଖ କହିଛି ଯେ ସେ କେବଳ ଏକ ଦେଶର ସରକାରଙ୍କ ସହିତ କାମକରନ୍ତି ଏବଂ ସରକାରଙ୍କୁ  ତାଙ୍କର ସ୍ପାଇୱେରକୁ ବିକ୍ରି କରନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଏହି ଗୁପ୍ତଫୋନ ଟ୍ୟାପିଂ କାର୍ଯ୍ୟକଳାପରେ ଭାରତ ସରକାର ଅର୍ଥାତ ନରେନ୍ଦ୍ର ମୋଦୀ ସରକାର ନିଜେ ହିଁ କରିଛନ୍ତି । ତେଣୁ ଏହା ଏକ ରାଷ୍ଟ୍ରାଦୋହ ଅପରାଧ । ତେଣୁ କଂଗ୍ରେସ ଦଳ ଦାବି କରୁଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ତୁରନ୍ତ ରାଷ୍ଟ୍ରଦୋହ ମାମଲା ରୁଜୁ କରାଯାଉ ଓ ସେ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ । ପ୍ରଧାନମନ୍ତ୍ରୀଙ୍କର ବିନା ସହମତି ଓ ସହଯୋଗରେ ଏଭଳି ଗୁପ୍ତରେ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ଫୋନ ଟ୍ୟାପିଂ ହେଉଥିଲା ତାହା କେବେ ବିଶ୍ୱାସ କରି ହେଉନାହିଁ । ଖୋଦ ପ୍ରଧାନମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକଳାପ ପ୍ରଧାନମନ୍ତ୍ରୀଙ୍କ ପଦବୀର ଅପବ୍ୟବହାର ସହିତ ପ୍ରଧାନମନ୍ତ୍ରୀ ଯେଉଁ ଶପଥପାଠ କରିଥିଲେ ତାହାର ମଧ୍ୟ ଘୋର ବିରୋଧ ହେଉଛି । ଏହି ଅବସରରେ ସର୍ବଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତିକ୍ରମେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ପିସିିସି ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଡ. ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଅଶୋକ ଦାଶ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories