www.samajalive.in
Monday, December 8, 2025
27.1 C
Bhubaneswar

ପଟ୍ଟଚିତ୍ର କାରିଗରଙ୍କୁ ସହାୟତା ବଣ୍ଟନ

କଳାପଥର : ବାଙ୍କୀ ଉପଖଣ୍ଡର କେନ୍ଦୁପଲ୍ଲୀ ପଞ୍ଚାୟତ ଅଧିନସ୍ଥ ପତନି ଗ୍ରାମରେ ଥିବା ହସ୍ତଶିଳ୍ପ-ତାଳପତ୍ର ପଟ୍ଟଚିତ୍ର ତାଲିମ କେନ୍ଦ୍ରରେ କାରିଗର ମାନଙ୍କୁ ଆଜି ଭୁବନେଶ୍ୱର ଅରୁପା ଫାଉଣ୍ଡେସନ ପକ୍ଷରୁ ସହାୟତା ବଣ୍ଟନ କରାଯାଇଛି। ଏଠାରେ ଥିବା ଏହି ହସ୍ତ ଶିଳ୍ପ କାରିଗରମାନେ କରୋନା ମହାମାରୀ ସମୟରେ ଅତି ଦୁର୍ଦ୍ଦିନରେ କାଳତିପାତ କରୁଥିବାରୁ ଫାଉଣ୍ଡେଶନ ପକ୍ଷରୁ ବିଭିନ୍ନ ସଂସ୍ଥା ମାନଙ୍କ ଠାରୁ ସହାୟତା ମଗାଯାଇ ଏଠାରେ କାରିଗରଙ୍କୁ ପ୍ରଦାନ କରାଯାଇଥିଲା। ଯାଜପୁର ଠାରେ ଥିବା ସ୍ୱେଚ୍ଛାସେବୀ ଅର୍ଗାନାଇଜର ଓ ହାଇଦ୍ରାବାଦର ଅର.ଏସ କ୍ରାପ୍ଟ ଏବଂ ଭୁବନେଶ୍ୱର କ୍ରିଏଟିଭ ଡିଭିଜନ ପକ୍ଷରୁ ହସ୍ତଶିଳ୍ପ କାରିଗରଙ୍କୁ କରୋନା ସମୟରେ ପ୍ରଦାନ କରାଯାଉଥିବା ସହାୟତାକୁ ଆଣି ଅରୁପା ସଂଙ୍ଗଠନ ଏଠାରେ ଉକ୍ତ ଗ୍ରାମର ୩୦ ଜଣ ହସ୍ତ ଶିଳ୍ପ କାରିଗର ପରିବାରଙ୍କୁ ଡାଲି, ଖାଇବା ତେଲ, ଆଳୁ, ଚିନି, ସାବୁନ, ଅଟା, ସୁଜି ଓ ଅନ୍ୟାନ ଶୁଖିଲା ଖାଦ୍ୟ ପଦାର୍ଥର ଏକ କିଟ୍ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ପତନି ଠାରେ ଥିବା ହସ୍ତଶିଳ୍ପ ଓ ତାଳପତ୍ର ତାଲିମ କେନ୍ଦ୍ର ଠାରେ ହସ୍ତ ଶିଳ୍ପ ଭାବରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା କାରିଗର ମାନଙ୍କୁ ଏକତ୍ର କରାଯାଇ ଅରୁପା ସଂଗଠନର ସଂଯୋଜକ ଅଶୋକ କୁମାର ସାହୁଙ୍କ ଉପସ୍ଥିତରେ କିଟ୍ ଗୁଡିକ ପ୍ରଦାନ କରାଯାଇଥିଲା। ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦୁପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ,ଆର.ଏସ କ୍ରାପ୍ଟ ଓଡିଶା ସଂଯୋଜକ ରତ୍ନେସ ଦାସ, ଅରୁପା ସଂଯୋଜକ ନିଳମଣି ସାହୁ ଓ ସ୍ଥାନୀୟ ପତନିସ୍ଥ ଶିଳ୍ପ ତାଲିମ କେନ୍ଦ୍ର କାରଖାନାର ପ୍ରଶିକ୍ଷିକା ସ୍ୱର୍ଣ୍ଣଲତା ସାହୁ, ସମାଜସେବୀ ପଞ୍ଚାନନ ସାହୁ, ପଟ୍ଟଚିତ୍ର କାରିଗର ସସ୍ମୀତା ସାହୁ, ରୋଜାଲିନ ସାହୁ, ଦିଲ୍ଲୀପ କୁମାର ସାହୁ, ଶୁଭଦ୍ରା ବେହେରା, ଖୁଲଣା ସାହୁଙ୍କ ସମେତ ସମସ୍ତ କାରିଗର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories