www.samajalive.in
Monday, December 8, 2025
17.1 C
Bhubaneswar

ଛତିକୁଡା-ନର୍ଲା ରାସ୍ତାରେ ବଢୁଛି ରାହାଜାନି, ପୁଲିସ ପାଟ୍ରୋଲିଂ ଦାବି

ଲାଞ୍ଜିଗଡ଼: ବେଶ୍‍ କିଛିଦିନର ନିରବତା ପରେ କଳାହାଣ୍ଡି ଜିଲ୍ଲାର ଛତିକୁଡାରୁ ନର୍ଲାକୁ ସଂଯୋଗ କରୁଥିବା ୬-(କ) ନମ୍ବର ରାଜ୍ୟ ରାଜପଥରେ ଏବେ ଲୋକଙ୍କୁ ଘାରିଛି ଲୁଟେରା ଭୟ। ନର୍ଲା-ଛତିକୁଡା ରାସ୍ତାରେ ଏକା ଯାଉଥିବା ବାଇକ୍‍ ଆରୋହୀଙ୍କୁ ସେମାନେ ଟାର୍ଗେଟ୍‍ କରୁଥିବାବେଳେ ବାରମ୍ବାର ଖସିଯାଉଥିବା ଜଣାପଡିଛି।

ଗତ କିଛିଦିନ ତଳେ ସନ୍ଧ୍ୟାରେ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ଫାଲଗୁନୀ ବିଶ୍ୱାଳ ନାମକ ଜଣେ ମୋବାଇଲ ଦୋକାନୀଙ୍କୁ ଏକଲା ବାଇକରେ ଆସୁଥିବା ଦେଖି ତିିନିଜଣ ଦୁର୍ବୃତ୍ତ ଏହି ରାସ୍ତାର ଚିପୁଲ ପୋଲରୁ ପିଛା କରିଥିଲେ। ଏହାସହ ତିଳେଇମାଲ-ଇନ୍ଦ୍ରମାଲ ପାଖରେ ଅଟକାଇ ତାଙ୍କଠାରୁ ଲୁଟ୍‍ ଉଦ୍ୟମ କରିଥିବା ନର୍ଲା ଥାନାରେ ଅଭିଯୋଗ ହୋଇଛି। ଲୁଟ୍‍ ଉଦ୍ୟମ ସମୟରେ ଫାଲଗୁନୀ ଜୋରରେ ଚିତ୍କାର କରିବା ସହ ସେମାନଙ୍କଠାରୁ ନିଜକୁ ଛଡାଇ କାଦୁଅ ଭର୍ତ୍ତି କ୍ଷେତରେ ଦୌଡି ପଳାଇବାରୁ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି। ତାର କିଛିଦିନ ପୂର୍ବରୁ ଏଇ ରାସ୍ତାରେ ଦିନବେଳା ଜଣେ ବାଇକ୍‍ ଆରୋହୀଙ୍କୁ ଅଟକାଇ ଲୁଟ୍‍ ଉଦ୍ୟମ ହୋଇଥିବା ବେଳେ ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ତେବେ ଲକଡାଉନ୍‍ ଓ ବାରମ୍ବାର ସଟଡାଉନ ଯୋଗୁଁ ଜୀବିକା ହରାଇଥିବା କିଛି ଶିକ୍ଷିତ ବେକାରୀ ଯୁବକ ଏଥିରେ ସଂଶ୍ଲିଷ୍ଟ ଥିବା ସ୍ଥାନୀୟ ଲୋକେ କୁହାକୁହି ହେଉଥିବା ବେଳେ ସେମାନେ ପାଖାପାଖି ଅଞ୍ଚଳରେ ଆଶ୍ରୟ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଟାର୍ଗେଟ୍‍ କରୁଥିବା ଚର୍ଚ୍ଚା ହେଉଛି। ନୂଆଖାଇ ପୂର୍ବରୁ ସିକେରକୁପା-ନର୍ଲା ରାସ୍ତାର କଦମ୍ବଗୁଡାରେ ଏହିପରି ଭାବେ ତିନିଜଣ ବୁଲାବିକାଳୀ ଲୁଟ୍‍ର ଶିକାର ହୋଇଥିବା ବେଳେ ସେଠାରେ ବି କଳା ପଲସର ବ୍ୟବହାର ହୋଇଥିବା ସୂଚନା ମିଳିଥିଲା। ନର୍ଲା-ଛତିକୁଡା ରାସ୍ତାରେ ବି ଲୁଟ୍‍ ଉଦ୍ୟମ ବେଳେ କଳା ପଲସର ବ୍ୟବହାର ହୋଇଥିବା ଅଭିଯୋଗକାରୀ ଦର୍ଶାଇଥିବାରୁ ପୁଲିସ ଏହାକୁ ଗୁରୁତର ସହିତ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

- Advertisement -

ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଇଞ୍ଜିନିୟରିଂ ଛାତ୍ରମାନେ ଏଭଳି କଳା ପଲସର କାଣ୍ଡ ଘଟାଉଥିବା ବେଳେ ଏବେ ଲକଡାଉନ୍‍ ଯୋଗୁଁ ସେଇ ଗୋଷ୍ଠୀର କିଛି ସଦସ୍ୟ ଏଇ ଅଞ୍ଚଳରେ ଛପିଥିବା ସନ୍ଦେହ ପ୍ରକାଶ ପାଇଛି। ଏଣୁ ଏସବୁ ଘଟଣାର ଉଚିତ୍‍ ତଦନ୍ତ ସହିତ ନର୍ଲା-ଛତିକୁଡା, ଛତିକୁଡା-ସିକେରକୁପା-ଢେପଗୁଡା ଘାଟି ଓ ସିକେରକୁପା-ଲାଞ୍ଜିଗଡରୋଡ-ବାଙ୍କେଲ-ନର୍ଲା ରାସ୍ତାରେ ନର୍ଲା ପୁଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି। ଏଥିପ୍ରତି କଳାହାଣ୍ଡି ଏସ୍‍ପି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories