www.samajalive.in
Monday, December 8, 2025
20.1 C
Bhubaneswar

ନବରଙ୍ଗପୁର କରୋନା ଡାକ୍ତରଖାନାରେ ରୋଗୀ ମୃତ୍ୟୁ: ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋରଦାର, ଅଭିଯୋଗକୁ ଜିଲାପାଳଙ୍କ ଅସ୍ୱୀକାର

ନବରଙ୍ଗପୁର : ନବରଙ୍ଗପୁର କରୋନା ଡାକ୍ତରଖାନାରେ ରୋଗୀ ମୃତ୍ୟର ୭ଘଣ୍ଟା ପରେ ମଧ୍ୟ ମୃତଦେହ ଉଠାଇ ନ ଥିବା ନେଇ ଏକ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ମୋବାଇଲରେ ଭିଡିଓ କରି ଜଣେ ମହିଳା ଭାଇରାଲ କରିଥିବା ତାଙ୍କ ସ୍ୱରରୁ ଜଣାଯାଇଛି। ସେ ଏହି ଡାକ୍ତରଖାନା କିଭଳି ଅବ୍ୟବସ୍ଥାରେ ଚାଲିଛି ତାହା କହିଛନ୍ତି।

ଗତ ଶୁକ୍ରବାର ଦିନ ଏହି ଡାକ୍ତରଖାନରେ ୧ନମ୍ବର ଶଯ୍ୟାରେ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ଦିନ ୧ଟା ବେଳେ ହୋଇଥିଲା। ତେବେ ରାତ୍ର ୭ଟା ଯାଏଁ ମୃତଦେହ ପଡି ରହିଥିଲେ ମଧ୍ୟ କେହି ଉଠାଇ ନଥିଲେ। ଏଠାରେ ଥିବା ଅନ୍ୟରୋଗୀଙ୍କୁ ରାତ୍ର ଖାଦ୍ୟ ପୁଡିଆ ଦେଇଥିଲେ। ତେବେ ମୃତଦେହକୁ ନ ଉଠାଇ କିଭଳି ଖାଦ୍ୟ ପୁଡିଆ ଦିଆଯାଇଥିଲା ତାହା ପ୍ରଶ୍ନ କରିଛନ୍ତି। ବାରମ୍ବାର କହିବାପରେ ରାତ୍ର ୯.୩୦ରେ ଡାକ୍ତରଖାନା କର୍ମଚାରୀ ଆସି ସାନିଟାଇଜ କରି ମୃତଦେହକୁ ପ୍ୟାକିଂ କରି ନେଇଥିଲେ। ଏହି ଡାକ୍ତରଖାନାରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା କରାଯାଉ ନ ଥିବାବେଳେ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ କରାଯାଇଛି।

- Advertisement -

ତେବେ ଭିଡିଓ ଭାଇରାଲ ଅଭିଯୋଗକୁ ଡାକ୍ତରଖାନାର ପରିଚାଳିକା ରୂପସୀ ନାୟକ ଅସ୍ୱୀକାର କରିଛନ୍ତି। ସନ୍ଧ୍ୟା ୫ଟାରେ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏଠାରେ ଗୁରୁତର ରୋଗୀ ଓ ମଧୂମେହ ରୋଗୀ ଥିବାରୁ ଶିଘ୍ର ଖାଦ୍ୟ ଦିଆଯାଇଥିଲା। ମୃତ ବ୍ୟକ୍ତିଜଣକ ଡାକ୍ତରଖାନାର ଜଣେ ଏଏନଏମ୍‍ କର୍ମଚାରୀଙ୍କର ସ୍ୱାମୀ ବୋଲି କହିଥିଲେ। ତେବେ ପ୍ୟାକିଂ ଜିନିଷ ଅଭାବରୁ ଓ ମୃତଦେହ ଉଠାଇବା ଲୋକ ଆସିବାରେ ବିଳମ୍ବ କାରଣରୁ ମୃତଦେହ ପ୍ୟାକିଂରେ ବିଳମ୍ବ ହୋଇଥିଲା।

ଏହି ଭିଡଓ ଭାଇରାଲ ପରେ ଜିଲାପାଳ ଏହି ଘଟଣାର ତଦନ୍ତ କରିବାକୁ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଏହି ଭିଡିଓ ଭାଇରାଲରେ କରାଯାଇଥିବା ଅଭିଯୋଗକୁ ଜିଲାପାଳ ଡଃ. ଅଜିତ୍‍ କୁମାର ମିଶ୍ର ଅସ୍ୱୀକାର କରିବା ସହ ଏହା ମିଛ ଖବର ବୋଲି କହିଛନ୍ତି। କୋଭିଡ୍‍ ନିୟମ ପ୍ରକାରେ ମୃତଦେହ ଉଠାଯାଇ ରାତ୍ର ୧୨.୩୦ରେ ଶଶ୍ମାନରେ ଦାହ କରାଯାଇଥିବା କହିଥିଲେ। ଏଭଳି ସମ୍ବେଦନଶୀଳ ମିଛ ଖବରକୁ ପ୍ରକାଶ ନ କରିବାକୁ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories