ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଶାଳ ଜଙ୍ଗଲରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଗୋଡିପୋଖରୀ ଗ୍ରାମର ଚକ୍ରଧର ନାଏକ ବୋଲି ଜଣାପଡିଛି। ସେ ଗତ ତିନିଦିନ ପୂର୍ବରୁ ଘରୁ ନିଖୋଜ ଥିବା ବେଳେ ତାଙ୍କ ମୃତଦେହ ଡଳଙ୍ଗ ଶାଳ ଜଙ୍ଗଲରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଥାନାରେ ୨୪/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
Popular Categories



