www.samajalive.in
Monday, December 8, 2025
27.1 C
Bhubaneswar

୩ ଦିନିଆ ମହିଳା ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାଟଣା : ହଙ୍ଗର ପ୍ରକଳ୍ପ- ଭାରତ, ଓଡ଼ିଶା ଭୁବନେଶ୍ୱର ଶାଖା ପକ୍ଷରୁ କେନ୍ଦୁଝର ଶାଖା ସହଯୋଗରେ ପାଟଣା ବ୍ଲକ ଅନ୍ତର୍ଗତ ମୁଷlଖୋରୀ ପଞ୍ଚାୟତ ସଭାଗୃହ ରେ ୩ ଦିନିଆ ମହିଳ । ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଗତ ୪ ତାରିଖ ଏହି ଶିବିରକୁ ଦି ହିଙ୍ଗର ପ୍ରକଳ୍ପ- ଓଡ଼ିଶା ଶାଖାର ରାଜ୍ୟ ସଂଯୋଜକ ସୁକାନ୍ତ କୁମାର ମହାପାତ୍ର ଉଦଘାଟନ କରିଥିଲେ । ପାଟଣା ଶାଖା ହଙ୍ଗର ପ୍ରକଳ୍ପ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଟିତ ଉଦଘାଟନ ପର୍ବରେ ରାଜ୍ୟ ଶାଖାର ନାନସୀ ରାଉତ, ସରପଞ୍ଚ ଭlମାମଣି ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗତ ୩ଦିନ ଧରି ଏଠାରେ ବ୍ଲକ ଅଞ୍ଚଳରୁ ନବ ନିର୍ବାଚିତ ମହିଳା ସରପଞ୍ଚ, ମହିଳା ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟା ମାନଙ୍କୁ ମିଶାଇ ମୋଟ ୩୦ଜଣ ଶିବିରାର୍ଥୀଙ୍କୁ ଆବାସିକ ଭାବେ ତାଲିମ ପ୍ରଦାନ କରାଯାଇଥିଲା ।

ମହିଳା ପ୍ରତିନିଧି ମାନେ କିପରି ନିଜର ଦକ୍ଷତା ଓ ନେତୃତ୍ଵ ପ୍ରଦର୍ଶନ କରିପାରିବେ ଏହା ସହ ପିତୃ ସତ୍ତା, ୭୩ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଗ୍ରାମସଭା, ପଲ୍ଲୀସଭା ପରିଚାଳନା, ସହଭାଗିତା ଓ ସହଯୋଗିତା, ଆର୍ଥିକ ପରିଚାଳନା, ବାଲ୍ୟ ବିବାହ ରୋକିବା, ଘରୋଇ ହିଂସା ହ୍ରାସ, ନାରୀ ଶିକ୍ଷା, ଶିଶୁ ଓ ଶିକ୍ଷାଧିକlର ଓ ବିଭିନ୍ନ ସରକାରୀ ଯୋଜନାକୁ ଜାଣିବା ଓ ତଦନୁଯାୟୀ କାର୍ଯ କରିବା ଆଦି ବିବିଧ ପ୍ରସଙ୍ଗ ଉପରେ ୩ଦିନ ଧରି ଶିବିରାର୍ଥୀଙ୍କୁ ମାନଙ୍କୁ ତାଲିମ ଦିଆଯାଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ଯୋଗ ଦେଇ ଶିବିରାର୍ଥି ମାନଙ୍କୁ ନେତୃତ୍ବ ବିକାଶ ସମ୍ବନ୍ଧୀୟ ମାର୍ଗଦର୍ଶନ ଦେଇଥିଲେ । ଏହା ପରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ପ୍ରଶିକ୍ଷଣ ସମାପ୍ତ ପ୍ରମାଣ ପତ୍ର ପ୍ରଦାନ ସହ ଶିବିର ଉଦଯାପିତ ହୋଇଛି । ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ୍ ସଂଯୋଜିକା ସୁମତି ପିଲା ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories