www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ରଗ୍ରହଣ

ଡେସ୍କ: ଅକ୍ଟୋବର ୨୮ ଏବଂ ୨୯ ଅର୍ଥାତ ଆସନ୍ତାକାଲି ଓ ତାର ପରଦିନ ଆଂଶିକ ଚନ୍ଦ୍ରଗ୍ରହଣ ଘଟିବ। ଯଦିଓ ଚନ୍ଦ୍ର ଅକ୍ଟୋବର ୨୮ ମଧ୍ୟରାତ୍ରିରେ ପ୍ରବେଶ କରିବ, କିନ୍ତୁ ୨୯ରେ ଗ୍ରହଣ ଆରମ୍ଭ ହେବ। ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର-ପୂର୍ବ ଉତ୍ତର ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ପ୍ରଭୃତି ଅଞ୍ଚଳରେ ଦୃଶ୍ୟମାନ ହେବ।

ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ରାତ୍ର ୧ ଘଟିକା ୫ ମିନିଟରୁ ଆରମ୍ଭ ହୋଇ ଏବଂ ରାତ୍ର ୨ ଘଟିକା ୨୪ ମିନିଟରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣର ଅବଧୂ ୧ ଘଣ୍ଟା ୧୯ ମିନିଟ୍ ରହିବ। ପରବର୍ତୀ ଚନ୍ଦ୍ରଗ୍ରହଣ ୨୦୨୫ ସେପ୍ଟେମ୍ବର ୭ରେ ହେବ ଏବଂ ଏହା ଭାରତରୁ ଦୃଶ୍ୟମାନ ହେବ। ଏହା ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଶେଷଥର ୨୦୨୨ ନଭେମ୍ବର ୮ରେ ସମ୍ପୂର୍ଣ ଚନ୍ଦ୍ରଗ୍ରହଣ ଭାରତରୁ ଦୃଶ୍ୟମାନ ହୋଇଥିଲା।

- Advertisement -

ଚନ୍ଦ୍ରଗ୍ରହଣ ପୂର୍ଣିମା ଦିନ ଘଟିଥାଏ ଯେତେବେଳେ ପୃଥିବୀ, ସୂର୍ୟ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ ଏବଂ ସମସ୍ତେ ଗୋଟିଏ ସରଳ ରେଖାରେ ରହନ୍ତି। ଯେତେବେଳେ ସମୁଦାୟ ଚନ୍ଦ୍ର ପୃଥିବୀର ଛାୟା ତଳକୁ ଆସେ ସେତେବେଳେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିଥାଏ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ସମୟରେ କେବଳ ଚନ୍ଦ୍ରର ଏକ ଅଂଶ ପୃଥିବୀର ଛାୟା ତଳକୁ ଆସିଥାଏ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories