www.samajalive.in
Thursday, December 11, 2025
27.1 C
Bhubaneswar

ଦୁଇ କର୍ମଚାରୀ କରୋନା ଚିହ୍ନଟ, ପାପଡାହାଣ୍ଡି ଏସବିଆଇ ବ୍ୟାଙ୍କ ଦୁଇଦିନ ବନ୍ଦ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଏସବିଆଇ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ କରୋନ ଚିହ୍ନଟ ହେବା ପରେ ୪୮ ଘଣ୍ଟା ପାଇଁ ବ୍ୟାଙ୍କ୍ କୁ ବନ୍ଦ କରି ଦିଆଯାଇଛି। ସୋମବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ବ୍ୟାଙ୍କର ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଖବର ଆସିବା ପରେ ବ୍ୟାଙ୍କ ପରିଚାଳକ ଗ୍ରାହକ ଙ୍କ ହିତ ଦୃଷ୍ଟିରୁ ବ୍ୟାଙ୍କ ଶାଖା କୁ ୪୮ ଘଣ୍ଟା ପାଇଁ ବନ୍ଦ କରିଥିଲେ। ମଙ୍ଗଳବାର ସଂପୂର୍ଣ୍ଣ ବ୍ୟାଙ୍କ୍ ଶାଖା ପରିସରକୁ ବିଶୋଧନ କରାଯିବ ବୋଲି ବ୍ୟାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାଙ୍କ ଖାତାଧାରୀଙ୍କ ଏକାଉଣ୍ଟରେ ଟଙ୍କା ଜମା ହେଉ ଥିବାରୁ ଗ୍ରାହକ ମାନଙ୍କ ଭିଡ ପରିଲକ୍ଷିତ ହେଉଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପାପଡାହାଣ୍ଡି ପୁଲିସ ପ୍ରଶାସନ ତରଫରୁ ଲୋକଙ୍କୁ ଗହଳି ନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ଆଦି ବିଷୟ ନେଇ ଡ଼ାକବାଜି ଯନ୍ତ୍ରରେ ସଚେତନ କରାଯାଉଛି।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories