ଟ୍ରେନ୍‌ରେ ଖରାପ ଖାଦ୍ୟ ବିକ୍ରି କରୁଥିବା ପ୍ୟାଣ୍ଟ୍ରି ସେବା ପ୍ରଦାନକାରୀଙ୍କୁ ୮୦ ହଜାର ଟଙ୍କା ଜୋରିମାନା

ଲକ୍ଷ୍ମୌ- ଭାରତୀୟ ରେଳ ଦେଶର ଜୀବନଧାରା ବୋଲି ମାନ୍ୟତା ପାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ନିର୍ଦେଶ ରହିଛି । ହେଲେ ବେଳେ ବେଳେ ଏଥିରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ଖବର ଆସିଥାଏ ।
ଲକ୍ଷ୍ମୌରେ ଉତ୍ତର ରେଳରେ ଖରାପ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ପ୍ୟାଣ୍ଟ୍ରିକାର୍‌ ସଂଚାଳକଙ୍କୁ ୮୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦେଶ ଦିଆଯାଇଛି । ଉତ୍ତର ରେଳର ଡିସିଏମ୍‌ ବିଭିନ୍ନ ରେଳଗାଡିରେ ଖାଦ୍ୟରମାନ ଯାଞ୍ଚ କରିଥିଲେ । କିସାନ୍‌ ଏକ୍ସପ୍ରେସ୍‌ରେ ପ୍ୟାଣ୍ଟ୍ରିରେ ଖରାପ ଖାଦ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ଡିସିଏମ୍‌ ରେଖା ଶର୍ମା ପ୍ୟାଣ୍ଟ୍ରିକାର୍‌ ସଂଚାଳକଙ୍କୁ ବିରକ୍ତ ହେବା ସହ ୮୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

prayash

ରେଳରେ ଖରାପ ଖାଦ୍ୟ ବିକ୍ରି କରାବା ଅଭିଯୋଗରେ ଏହି ଜୋରିମାନା ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

Comments are closed.