www.samajalive.in
Sunday, December 7, 2025
15.1 C
Bhubaneswar

ଘୋଡ଼ାକୁ ନେଇ ପଞ୍ଜାବରେ ଅଜବ ଠକେଇ; ଚଳୁ କରିଦେଲେ ୨୩ ଲକ୍ଷ

ନୂଆଦିଲ୍ଳୀ: ବର୍ତ୍ତମାନର ସମୟରେ ଠକେଇ ଏକ ସାଧାରଣ କଥା ହୋଇଗଲାଣି । ଦେଶର ପ୍ରାୟ ସମସ୍ତ ସ୍ଥାନରେ ପ୍ରତ୍ୟେକ ଦିନ କିଛି ନା କିଛି ଠକେଇ ହେଉଥିବା ଖବର ସାମ୍ନାକୁ ଆସୁଛି । ବ୍ୟାଙ୍କ ଠକେଇ, ସାଇବର ଠକେଇ, ଜମିବାଡ଼ି କାଗଜପତ୍ରର ଜାଲିଆତି ପରି ଅନେକ ଠକେଇ ଖବର ବର୍ତ୍ତମାନ ଘଟୁଛି । ଏହାରି ଭିତରେ ଆଉ ଏକ ନୂତନ ଧରଣର ଠକେଇ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଟିକେ ଅଲଗା ଲାଗିବ । କାରଣ ଗୋଟିଏ ଘୋଡ଼ାକୁ ନେଇ ଚଳୁ କରାଯାଇଛି ୨୩ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଏପରି ଏକ ଅଭିଯୋଗ ଆସିଛି ପଞ୍ଜାବରୁ । ଜଣେ ଘୋଡା ବ୍ୟବସାୟୀ ସର୍ବୋତ୍ତମ ଘୋଡ଼ା କହି ଜଣେ ବ୍ୟକ୍ତିଙ୍କୁ ଠକେଇର ଶିକାର କରିଛନ୍ତି । କୁହାଯାଏ ଘୋଡ଼ାଙ୍କ ମଧ୍ୟରେ କଳା ଘୋଡ଼ା ସର୍ବୋତ୍ତମ । ଏକ କଳା ଘୋଡ଼ା ବିକ୍ରି କରିବାକୁ କହି ବ୍ୟକ୍ତିଜଣଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଲୁଟିଛନ୍ତି ବ୍ୟବସାୟୀ । ଖାଲି ସେତିକି ନୁହେଁ ବ୍ୟକ୍ତି ଜଣକଙ୍କ ନିକଟରେ ଘୋଡ଼ାକୁ ନେଇ କିଛି ଅଲଗା ବର୍ଣ୍ଣନା କରିଛନ୍ତି ବ୍ୟବସାୟୀ ।

- Advertisement -

ହେଲେ ସବୁଠାରୁ ବଡ଼ କଥା ହେଉଛି କଳା ରଙ୍ଗ ଦେଖାଯାଉଥିବା ଘୋଡ଼ାଟି କଳାରଙ୍ଗର ନଥିଲା । ବ୍ୟବସାୟୀ ଜଣକ ଏକ ଧୂଷର ରଙ୍ଗର ଘୋଡ଼ାକୁ କଳା ରଙ୍ଗଦେଇ ବଜାରରେ ବିକ୍ରି କରିଥିଲେ । ବ୍ୟକ୍ତି ଜଣକ ଘୋଡ଼ା ଟିକୁ କିଣିନେବା ପରେ କିଛି ଦିନପରେ ରଙ୍ଗ ଛାଡ଼ିଯିବାରୁ ଏସବୁ ଜାଣିବାକୁ ପାଇଥିଲେ । ଏନେଇ ଟ୍ୱିଟରେ ହର୍ସ ଗୋଏଙ୍କ ନାମକ ଜଣେ ବ୍ୟକ୍ତି ଏକ ଟ୍ୱିଟ୍‌ କରିଥିବା ବେଳେ ଏକ କଳା ଘୋଡାର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ନିକଟରେ ଜଣେ ଘୋଡା ବ୍ୟବସାୟୀ ପଞ୍ଜାବରେ ୨୩ ଲକ୍ଷ ଟଙ୍କା ଠକିଛନ୍ତି । ସେ ତାଙ୍କୁ ଏକ ଉତ୍ତମ ପ୍ରଜାତିର ଏକ ‘ବିରଳ କଳା ଘୋଡା’ ବିକ୍ରି କରିଛନ୍ତି । ଅବଶ୍ୟ, ରଙ୍ଗ ଧୋଇଯିବା ପରେ ଘୋଡାଟିର ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି । କଳା ଘୋଡା ବାଦାମୀ ହୋଇଯାଇଛି । ଏହା କେବଳ ଭାରତରେ ହୋଇପାରେ ବୋଲି ସେ କହିଛନ୍ତି ।

ସେପଟେ ଏହି ଅଭିଯୋଗ ସାଙ୍ଗୁର ଜିଲ୍ଲାର ସୁନମର ଥାନାରେ ହୋଇଛି । ପୁଲିସ ଏନେଇ ତଦନ୍ତ କରୁଥିବା ବେଳେ ଏକାଧିକ ବ୍ୟକ୍ତି ଏହି ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories