www.samajalive.in
Tuesday, December 9, 2025
17.1 C
Bhubaneswar

ଏହି ସମୟ ଭିତରେ ଆଧାର-ପାନ୍‌ ଲିଙ୍କ ନ କଲେ ଗଣିବାକୁ ପଡ଼ିବ ୧୦ ହଜାର ଟଙ୍କା ଜରିମାନା; ଜାଣନ୍ତୁ ଏସଏମଏସ ଓ ଅନ୍‌ଲାଇନରେ କିପରି କରିବେ ଲିଙ୍କ

ନୂଆଦିଲ୍ଲୀ: ପାନ୍‌ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍‌ କରିବା ବାଧ୍ୟତାମୂଳକ। ଏପରି ନିୟମ କରିଛି ଆୟକର ବିଭାଗ। ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଧାର-ପାନ୍‌ ଲିଙ୍କ୍‌ କରା ନ ଯାଏ ତେବେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପାନ୍‌-ଆଧାର ଲିଙ୍କ୍‌ ଶେଷ ତାରିଖକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଆଧାର-ପାନ୍‌ ଲିଙ୍କ୍‌ ନ କଲେ ପାନ୍‌ କାର୍ଡ ଅଦରକାରୀ ହୋଇଯାଇପାରେ।

ଲିଙ୍କ୍‌ ହୋଇଛି କି ନାହିଁ କେମିତି ଜାଣିବେ ?

- Advertisement -

ଆପଣଙ୍କ ପାନ-ଆଧାର କାର୍ଡ ଲିଙ୍କ୍‌ ହୋଇଛି କି ନାହିଁ ତାହାର ଷ୍ଟାଟସ ଜାଣିବା ଲାଗି ପ୍ରଥମେ ଆୟକର ବିଭାଗର ୱେବ୍‌ସାଇଟ୍‌ www.incometaxindiaefiling.gov.inକୁ ଯାଆନ୍ତୁ।

ତା’ ପରେ ବାମ ପଟେ ଲେଖାଯାଇଥିବା କୁଇକ୍‌ ଲିଙ୍କ୍‌ ଅପ୍‌ସନର ଲିଙ୍କ ଆଧାର ଉପରେ କ୍ଲିକ୍‌ କରନ୍ତୁ।

କମ୍ପ୍ୟୁଟରରେ ନୂଆ ପେଜ୍‌ ଖୋଲିବା ପରେ ହାଇପରଲିଙ୍କ୍‌ ଉପରେ କ୍ଲିକ୍‌ କରିବେ। ପରେ ପାନ୍‌ ଏବଂ ଆଧାର ତଥ୍ୟ ଭରିବେ।

ଏହା ପରେ ଭ୍ୟୁ ଲିଙ୍କ ଆଧାର ଷ୍ଟାଟସ୍‌ ଉପରେ କ୍ଲିକ୍‌ କଲେ ପାନ୍‌-ଆଧାର ଲିଙ୍କ୍‌ ହୋଇଛି କି ନାହିଁ ତାହା ଜାଣିପାରିବେ।

ଏସଏମଏସ୍‌ ଜରିଆରେ କିପରି ଲିଙ୍କ୍‌ କରିବେ ?

ନିଜ ଫୋନ୍‌ରେ ପ୍ରଥମେ ବଡ଼ ଅକ୍ଷର (କ୍ୟାପିଟାଲ ଲେଟର)ରେ IDPN ଲେଖିବେ, ତା’ ପରେ ଏକ ସ୍ପେଶ୍‌ ଦେଇ ଆଧାର ନମ୍ବର ଏବଂ ପାନ୍‌ ନମ୍ବର ଲେଖିବେ।

ଏହି ଏସଏମଏସକୁ ୫୬୭୬୭୮ କିମ୍ବା ୫୬୧୬୧ ନମ୍ବରରେ ପଠାଇଦେବେ।

ଏହା ପରେ ଆୟକର ବିଭାଗ ପାନ୍‌-ଆଧାର ଲିଙ୍କ୍‌ କରିବାର ପ୍ରକ୍ରିୟା ଆରମ୍ଭ କରିବ।

ଅନ୍‌ଲାଇନରେ କିପରି କରିବେ ଲିଙ୍କ ?

ପ୍ରଥମେ ଆୟକର ବିଭାଗ ୱେବ୍‌ସାଇଟ୍‌କୁ ଯାଇ ବାମ ପାର୍ଶ୍ଵରେ ଥିବା କୁଇକ୍‌ ଲିଙ୍କ୍‌ ଅପଶନ୍‌ର ଲିଙ୍କ୍‌ ଆଧାର ଉପରେ କ୍ଲିକ୍‌ କରିବେ।

ଯଦି ଆପଣଙ୍କ ଆକାଉଣ୍ଟ ନ ଥିବ, ତେବେ ପ୍ରଥମେ ପଞ୍ଜୀକରଣ କରିବେ। ଏହି ପର୍ଯ୍ୟାୟରେ ଆପଣଙ୍କୁ ପାନ୍‌, ଆଧାର ନମ୍ବର ଏବଂ ନାମ ଲେଖିବାକୁ ପଡ଼ିବ। ଏହା ପରେ ଏକ ଓଟିପି ଲିଙ୍କ୍‌ ହୋଇଥିବା ମୋବାଇଲ୍‌ ନମ୍ବରକୁ ଯିବ। ଓଟିପି ଭରିବା ପରେ ଆପଣଙ୍କ ଆଧାର ଏବଂ ପାନ୍‌ ଲିଙ୍କ୍‌ ହୋଇଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories