www.samajalive.in
Sunday, December 7, 2025
13.1 C
Bhubaneswar

ଓସାମାକୁ ସୁରକ୍ଷା ଦେଇଥିବା ପାକିସ୍ତାନ ଅଲ୍‍ କାଏଦାକୁ ଆତଙ୍କ ବୋଲି କହିଲା

ନୂଆଦିଲ୍ଲୀ: ଆମେରିକାରେ ଟ୍ୱିନ ଟ୍ରେଡ ଟାୱାର ଉପରେ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏହା ପଛରେ ଥିବା ମୁଖ୍ୟ ଷଡଯନ୍ତ୍ରକାରୀ ଓସାମା ବିନ ଲାଡେନକୁ ନିଜ ଦେଶରେ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ସହିତ ତାହାର ଯତ୍ନ ନେଇଥିବା ପାକିସ୍ତାନ ସଂପ୍ରତି ଅଲ କାଏଦାଙ୍କୁ ଏକ ବିପଦ ଭାବରେ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଆତଙ୍କବାଦକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ଧରାପଡିଯାଇଛି। ଗୋଟିଏପଟେ ପାକିସ୍ତାନ ପଞ୍ଜଶିରରେ ତାଲିବାନକୁ ପୂର୍ଣ୍ଣ ସମର୍ଥନ, ସହାୟତା ଯୋଗାଇଦେଉଥିବା ଏବଂ ପାକିସ୍ତାନ ସୈନ୍ୟମାନେ ସେଠାରେ ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ ବିରୁଦ୍ଧରେ ତାଲିବାନ ସହିତ ମିଶି ଲଢେଇ କରୁଥିବାବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଆଫଗାନିସ୍ତାନ ଆତଙ୍କିଙ୍କର ଆଡ୍ଡା ପାଲଟୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଅଲ କାଏଦା ଏକ ବିପଦ ଏବଂ ପାକିସ୍ତାନ ଏହାକୁ ପ୍ରଶ୍ରୟ ଦେବନାହିଁ। ଆଫଗାନିସ୍ତାନ ପ୍ରସଙ୍ଗରେ ଚୀନ, ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରୀସ୍ତରୀୟ ଭର୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି କ୍ୟୁରେସି କହିଥିଲେ, ଆଫଗାନିସ୍ତାନ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ। କାରଣ ଆଫଗାନ ନାଗରିକମାନେ ଦୀର୍ଘ ଦଶନ୍ଧି ଧରି ବିବାଦ ଓ ଅସ୍ଥିର ପରିସ୍ଥିତି କାରଣରୁ ବହୁ ମୂଲ୍ୟ ଦେଇସାରିଲେଣି। ତେବେ ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି ପାକିସ୍ତାନ ଦୀର୍ଘ ଦଶନ୍ଧି ଧରି ଆତଙ୍କିମାନଙ୍କୁ ଆଶ୍ରୟ ଦେବାସହିତ ସେମାନଙ୍କ ପାଇଁ ନିରାପଦ ସ୍ଥଳ ପାଲଟିଛି ଏବଂ ସଂପ୍ରତି ଏହା ତାଲିବାନକୁ ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବାରେ ପୂର୍ଣ୍ଣ ସହାୟତା କରିଛି। ଏଭଳି ଏକ ପରିସ୍ଥିତିରେ ପାକିସ୍ତାନ ଆଫଗାନ ନାଗରିକଙ୍କ ପାଇଁ ଚିନ୍ତାକରିବା ତାହାର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories