ଇସଲାମାବାଦ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବାସୀ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଓକେବାସୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ବିରୋଧରେ ଜଳଯୁଦ୍ଧ ଚଳାଇଛନ୍ତି। ନୀଲମ୍ ନଦୀର ଜଳକୁ ପଞ୍ଜାବ ପ୍ରଦେଶକୁ ନେବା ଦ୍ୱାରା ମୁଜାଫରାବାଦ ଶୁଷ୍କ ହୋଇପଡିଛି। ପିଓକେର ମୁଜାଫରାବାଦବାସୀ କହିଛନ୍ତି ଯେ ସେମାନେ ବିଜୁଳି ବିନା ବଞ୍ଚିପାରିବେ ମାତ୍ର ପାଣି ବିନା ବଞ୍ଚିପାରିବେ ନାହିଁ। ନୀଲମ୍ ନଦୀର ପାଣିକୁ କେନାଲ ମାଧ୍ୟମରେ ପଞ୍ଜାବକୁ ନିଆଯିବା ଦ୍ୱାରା ଏହି ନଦୀ ଶୁଷ୍କ ପଡିଯାଇଛି। ଫଳରେ ନଦୀ ଉପକୂଳ ଲୋକେ ଜଳାଭାବର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଲୋକେ ନୀଲମ୍ ଝେଲମ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି। କାରଣ ଏହି ପ୍ରକଳ୍ପ ଦ୍ୱାରା ପାକିସ୍ତାନବାସୀ ଉପକୃତ ହେବେ ମାତ୍ର ପିଓକେବାସୀ କୌଣସି ଲାଭ ପାଇବେ ନାହିଁ। ପିଓକେବାସୀଙ୍କ ଏପରି ଅଭିଯୋଗ ପଛରେ ବିଦେଶୀ ଶକ୍ତିର ହାତ ରହିଥିବା ପାକିସ୍ତାନ ଅଭିଯୋଗ କରିଛି।
Popular Categories



