www.samajalive.in
Monday, December 8, 2025
27.1 C
Bhubaneswar

ନିମନ୍ତ୍ରଣ ନାହିଁ କିନ୍ତୁ ଆଲୋଚନା ପାଇଁ ଆଗ୍ରହୀ ପାକିସ୍ତାନ

କରାଚୀ: ବିଜେପି ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲେ ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆଭ୍ୟନ୍ତରୀଣ ରାଜନୀତି ଯୋଗୁ ପାକିସ୍ତାନୀ ସମକକ୍ଷଙ୍କୁ ନିମନ୍ତ୍ରଣ ଦେବା ସମ୍ଭବ ନୁହେଁ ବୋଲି ପାକିସ୍ତାନ କହିଛି। ଶପଥ ଗ୍ରହଣ ଉତ୍ସବକୁ ବିମଷ୍ଟେକ ଗୋଷ୍ଠୀ ସମୁହଙ୍କୁ ଆମନ୍ତ୍ରଣ କରାଯାଇଛି ଯେଉଁଥିରେ ବାଂଲାଦେଶ, ଭାରତ, ମ୍ୟାମାଁର, ଶ୍ରୀଲଙ୍କା, ଥାଇଲାଣ୍ଡ, ଭୁଟାନ ଏବଂ ନେପାଳ ସାମିଲ ଅଛି। ପାକିସ୍ତାନ ବିମଷ୍ଟେକ ଦେଶ ଗୋଷ୍ଠୀ ସମୁହରେ ସଦସ୍ୟ ରାଷ୍ଟ୍ର ନୁହେଁ।

ଇମ୍ରାନଙ୍କୁ ନିମନ୍ତ୍ରଣ ନ କରାଯିବା ପ୍ରସଙ୍ଗରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, କାଶ୍ମୀର ତଥା ସିଆଚିନ ବିବାଦର ସମାଧାନ ଉପରେ ଆଲୋଚନା ପୂର୍ବକ ସମାଧାନର ସୂତ୍ର ବାହାର କରିବା, ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଠାରୁ ଗୁରୁତ୍ୱପୂର୍ଣ ଅଟେ। ଡ଼ନ ସମ୍ବାଦପତ୍ର କ୍ୟୁରେସିଙ୍କ ଉକ୍ତିକୁ ଉଦ୍ଧାର କରି କହିଛି ଯେ ନିର୍ବାଚନ ସମୟରେ ମୋଦୀଙ୍କ ଧ୍ୟାନ କେବଳ ପାକିସ୍ତାନ ଉପରେ କେନ୍ଦ୍ରୀଭୂତ ଥିଲା ଏବଂ ସେ ପ୍ରକାର ଭାବନାରୁ ମୁକ୍ତ ହେବ ସହଜ କଥା ନୁହେଁ।

- Advertisement -

ସୂଚନା ଯୋଗ୍ୟ, ମୋଦୀ ୨୦୧୪ ମେ ୨୦ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଯୋଗ ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories