www.samajalive.in
Monday, December 8, 2025
27.1 C
Bhubaneswar

ସମଝୌତା ଏକ୍ସପ୍ରେସ ଚଳାଚଳ ରଦ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ- ପାକିସ୍ତାନ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବିଚଳିତ ପାକିସ୍ତାନ ବୁଧବାର ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବା ପରେ ଗୁରୁବାର ସମଝୌତା ଏକ୍ସପ୍ରେସ ଚଳାଚଳ ରଦ୍ଦ କରିଛି। ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ଏହି ଖବର ମିଳିଛି।

ଖବର ଅନୁଯାୟୀ ପାକିସ୍ତାନ ଅଟାରୀ ସୀମାରେ ସମୌଝତା ଏକ୍ସପ୍ରେସକୁ ଅଟକାଇ ଦେଇଛି। ଫଳରେ ସେଠାରେ ଅନେକ ରେଳ ଯାତ୍ରୀ ଫସି ରହିଛନ୍ତି। ବୁଧବାର ରାତିରେ ସମଝୌତା ଏକ୍ସପ୍ରେସ ପୁରୁଣା ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଯାଇଥିଲା। ଅଟାରୀକୁ ପାକିସ୍ତାନ ନିଜ ଟ୍ରେନ କର୍ମଚାରୀଙ୍କୁ ପଠାଇ ନାହିଁ। ସେଠାରେ ସମଝୌତା ଏକ୍ସପ୍ରେସ ଅଟକି ରହିଛି। ଏହା ପୂର୍ବରୁ ଅଗଷ୍ଟ ୬ରେ ପାକିସ୍ତାନରୁ ଆସୁଥିବା ସମଝୌତା ଏକ୍ସପ୍ରେସର ଶେଷ ଡବାରୁ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବ୍ୟକ୍ତି ହେରୋଇନ ଭର୍ତ୍ତି ବ୍ୟାଗ ରେଳ ଧାରଣା ଉପରେ ଫିଙ୍ଗିଦେଇଥିଲା। ଭାରତର ସୁରକ୍ଷା କର୍ମୀମାନେ ବ୍ୟାଗକୁ ଜବତ କରିଥିଲେ। ସେଥିରୁ ୩ କିଲୋ ୪୨ ଗ୍ରାମ ହେରୋଇନ ଏବଂ ୨ଟି ପାକିସ୍ତାନୀ ସିମ ମିଳିଥିଲା। ଏନେଇ ଅମୃତସର ରେଳ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

- Advertisement -

ପ୍ରକାଶ ଯେ ଏହା ପୂର୍ବରୁ ବୁଧବାର ପାକିସ୍ତାନ ଭାରତ ସହିତ ନିଜର କୂଟନୈତିକ ସମ୍ପର୍କ ଛିନ୍ନ କରିବାସହ ତିନୋଟି ଆକାଶପଥ ବନ୍ଦ କରିଛି । ଏହା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories