www.samajalive.in
Sunday, December 7, 2025
15.1 C
Bhubaneswar

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ପଦ୍ମପୁର: ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡ଼ି ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟଳୟରେ ସେ ବିଜେପିରେ ଯୋଗଦେଇ ଥିବା ଜଣାପଡିଛି। ୨୦୧୪ ରୁ ୨୦୧୯ ଯାଏଁ ବିଜେଡି ଟିକେଟରେ ଗୁଣୁପୁର ବିଧାୟକ ଭାବେ ତ୍ରିନାଥ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ସେ ବିଜେଡି ଜିଲ୍ଲା ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ।  ୨୦୧୦ରେ ତ୍ରିନାଥ ଗମାଙ୍ଗ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେଡ଼ି ଟିକେଟ ନପାଇବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ  ପରେ ପୁଣି ବିଜେଡିରେ ମିଶି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ଆସନ୍ତା ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ମିଲିବାନେଇ ଆଶା ବାନ୍ଧିଥିବା ବେଳେ ବିଜେଡିରୁ ଟିକଟ ନମିଳିବା ଜାଣି ତ୍ରିନାଥ ଗମାଙ୍ଗ ଆଜି ବିଜେପିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ବରେ ଗତ ୧୦ବର୍ଷରେ ଭାରତବର୍ଷ ଆଜି “ବିଶ୍ବ ନେତୃତ୍ବ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ।

ମୋଦିଜୀଙ୍କ ଶାସନ ନରେ ଗରିବ,ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦିଆଯାଇଛି ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗ କୃତ ସେବା ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ତ୍ରିନାଥ ଗମାଙ୍ଗ କହିଥିଲେ । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟ।ଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ବାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ଯମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଧୀରେନ ସେନାପତି, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories