www.samajalive.in
Tuesday, December 9, 2025
15.1 C
Bhubaneswar

ପୃଥିବୀର ସବୁଠାରୁ ଥଣ୍ଡା ଗାଁ : ଖରାଦିନେ ବିଯୁକ୍ତ ୨୦ ଡ଼ିଗ୍ରୀ, ଶୀତ ଦିନେ ବିଯୁକ୍ତ ୭୧ ଡ଼ିଗ୍ରୀ ତାପମାତ୍ରା

ମସ୍କୋ:  ଶୀତଦିନେ ଥଣ୍ଡା ହୁଏ । ଚଳିତ ବର୍ଷ ମଧ୍ୟ କିଛିଟା ଥଣ୍ଡା ଆମ ଦେଶରେ ପଡ଼ିଲାଣି । ଦିଲ୍ଲୀରେ ତାପମାତ୍ରା ୩ ଡ଼ିଗ୍ରୀକୁ ଖସିଛି । ଫୁଲବାଣୀରେ ତାପମାତ୍ରା ଶୀତଦିନେ ୩ ଡ଼ିଗ୍ରୀରୁ ୫ ଡ଼ିଗ୍ରୀକୁ ଖସିଆସେ । ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ତାପମାତ୍ରା ଶୂନରେ ପହଞ୍ଚେ । ମାତ୍ର ବିଶ୍ବର ଏମିତି ଏକ ଗାଁ ଅଛି, ଯେଉଁଠି ଶୀତଦିନେ ତାପମାତ୍ରା ବିଯୁକ୍ତ ୭୧ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ । ଏହି ଗାଁଟି ରୁଷର ଉତ୍ତରାଞ୍ଚଳର ସାଇବେରିଆ ଅଞ୍ଚଳରେ ଅବସ୍ଥିତ । ଗାଁର ନାଁ ହେଉଛି ଓମିଓକୋନ୍ ।

- Advertisement -

ଓମିଓକୋନ୍ ସାଇବେରିଆର ଏକ ଗାଁ । ଯେଉଁଠି ଶୀତଦିନେ ଦୁବ ବି କଅଁଳେ ନାହିଁ । ଚାରିଆଡ଼େ ବରଫ ଆଉ ବରଫ । ଆଉ ଏହି ସମୟରେ ଲୋକମାନେ କେବଳ ମାଂସ ଖାଇ ବଞ୍ଚିଥାଆନ୍ତି ।

ଶୀତଦିନେ ହାରାହାରି ତାପମାତ୍ରା ବିଯୁକ୍ତ ୫୦ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ । ତଥାପି ଏଠାରେ ସ୍କୁଲ ଖୋଲା ରହେ । ଚଳିତ ବର୍ଷ ଶୀତ ଅଧିକ ହେବାରୁ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ବିଯୁକ୍ତ ୫୬ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନଙ୍କୁ ରଖିବାକୁ ସରକାର ବ୍ୟବସ୍ଥା କରିଛନ୍ତି ।

ଡ଼ିସେମ୍ବର ମାସରେ ଓମିଆକୋନ ଗାଁରେ ସୂର୍ଯ୍ୟ ପ୍ରାୟ ଦିନ ୧୦ଟା ବେଳକୁ ଉଠିଥାଆନ୍ତି । ୧୯୨୪ ମସିହାରେ ଏହି ସ୍ଥାନର ତାପମାତ୍ରା ବିଯୁକ୍ତ ୭୧.୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିଲା । ଆଣ୍ଟାର୍କଟିକା ବାହାରେ ଏହି ଗାଁ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୋଇଥାଏ । ୨୦୧୮ ଜନଗଣନା ଅନୁସାରେ ଏଠାରେ ପ୍ରାୟ ୯୦୦ ଲୋକ ବାସ କରିଥାଆନ୍ତି ଏବଂ ସେମାନଙ୍କ ଉପରେ ସବୁବେଳେ ଥଣ୍ଡା ଓ ବରଫ ବିପଦ ହୋଇ ଉଭା ହୋଇଥାଏ ।

ଏହି ଗାଁର ଲୋକମାନେ ନିଜ ଗାଡ଼ି ମୋଟର ଷ୍ଟାର୍ଟ କେବେ ବନ୍ଦ କରନ୍ତି ନାହିଁ । କାରଣ ଥରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଗଲେ ଆଉ ଗାଡ଼ି ଷ୍ଟାର୍ଟ ହେବା ସମ୍ଭାବନା କମ୍ ।

ଏଠାକାର ଲୋକମାନେ ବିଭିନ୍ନ ପ୍ରକାର ମାଂସ ଖାଇଥାଆନ୍ତି । କେବଳ ଘୋଡ଼ା, ବରଫ ହରିଣ ମାଂସ ସେମାନଙ୍କର ଅତ୍ୟନ୍ତ ପ୍ରିୟ ।  ଏହାବ୍ୟତୀତ ଷ୍ଟ୍ରୋଗାନିନା ମାଛ ମଧ୍ୟ ସେଠାରେ ବେଶ୍ ଲୋକପ୍ରିୟ ଖାଦ୍ୟ । ଏଥିରେ ପ୍ରଚୁର ପରିମାଣରେ ପୁଷ୍ଟିକର ଉପାଦାନ ଓ ଚର୍ବି ରହିଥାଏ ।

ଜୁନ ଓ ଜୁଲାଇରେ ଯେତେବେଳେ ପୃଥିବୀର ଅନେକ ସ୍ଥାନରେ ପ୍ରବଳ ଉତ୍ତାପ ହୁଏ ଓ ତାପମାତ୍ରା ୫୦ ଡ଼ିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ପହଞ୍ଚି ଯାଏ ସେତେବେଳେ ଏହି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୨୦ ଡ଼ିଗ୍ରୀ ରହିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories