www.samajalive.in
Monday, December 8, 2025
20.1 C
Bhubaneswar

ବୌଦ୍ଧରେ ଅମ୍ଳଜାନ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ 

ବୌଦ୍ଧ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିବା ବେଳେ ତୃତୀୟ ଲହର ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଲାଣି। ଏପଟେ ସଂକ୍ରମିତ ହେଉଥିବା ରୋଗୀଙ୍କ ପାଇଁ ଚିକିତ୍ସାଳୟ ଗୁଡିକରେ ଅମ୍ଳଜାନ ସଙ୍କଟ ଦେଖାଦେବା ସହ ଅନେକ ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡିଲେଣି। ତେଣୁ ସରକାର ଦେଶର ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଅମ୍ଳଜନା କାରଖାନା ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟର ୭ ଟି ଜିଲାରେ ନୂତନ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ବୌଦ୍ଧଜିଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏହି କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ୯୧ ବର୍ଗମିଟର ଅଞ୍ଚଳରେ ଏହି କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଭିତିଭୂମି ପ୍ରସ୍ତୁତ କରାଯିବା ପରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ସହାୟତାରେ କାରଖାନା ସ୍ଥାପନ କରାଯିବ ବୋଲି ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories