www.samajalive.in
Monday, December 8, 2025
27.1 C
Bhubaneswar

ମୋଦୀ ନିର୍ବାଚନରେ ହିନ୍ଦୁତ୍ଵ କାର୍ଡ ଭଳି ଘୃଣ୍ୟ ଖେଳ ଖେଳିଛନ୍ତି: ଓୱେସୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ବଡ଼ ବିଜୟ ମିଳିବା ପରେ ଅଲ୍‌ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସ୍‌ଲିମିନ(ଏଆଇଏମଆଇଏମ) ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀଙ୍କ ବିଜୟ ପଛରେ ରହିଥିବା କାରଣ ସମ୍ପର୍କରେ ଓୱେସୀ କହିଛନ୍ତି, ବିଜେପି ରାଷ୍ଟ୍ରବାଦକୁ ଭୁଲି ନିର୍ବାଚନ ସମୟରେ ହିନ୍ଦୁତ୍ଵ କାର୍ଡକୁ ପ୍ରସଙ୍ଗ କରି ଘୃଣ୍ୟ ଖେଳ ଖେଳିଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଓୱେସୀ କହିଛନ୍ତି, ବିଜେପି ଇଭିଏମରେ ନୁହେଁ ହିନ୍ଦୁଙ୍କ ଭାବନାକୁ ନେଇ ଘୃଣ୍ୟ ଖେଳ ଖେଳିଛି। ଏହି ନିର୍ବାଚନରେ ଜାତି ଏବଂ ଧର୍ମକୁ ନେଇ ହୋଇଥିବା ପ୍ରସଙ୍ଗ ଗୁରୁତ୍ଵ ବହନ କଲା। ବିଜେପି ହିନ୍ଦୁତ୍ଵ କାର୍ଡ ଖେଳିଲା ଏବଂ ସେଥିରେ ସଫଳ ହେଲା। ସମ୍ପୂର୍ଣ୍ଣ ନିର୍ବାଚନରେ ବିକାଶ ପ୍ରସଙ୍ଗ ଲୁଚି ରହିଲା। ଗେରୁଆ ମୁଖ୍ୟା ପିନ୍ଧି ମୋଦୀ ହିନ୍ଦୁ ଭୋଟରମାନଙ୍କୁ ପ୍ରଭାବିତ କରିଛନ୍ତି। ଦେଶକୁ ହିନ୍ଦୁଙ୍କଠାରୁ ବିପଦ ନାହିଁ, ହିନ୍ଦୁତ୍ଵବାଦ ବିପଦ ସାଜିଛି ବୋଲି ଓୱେସୀ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories