www.samajalive.in
Sunday, December 7, 2025
15.1 C
Bhubaneswar

ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା, ବ୍ଲକ୍‍ ଏବଂ ପଞ୍ଚାୟତସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ସାଙ୍ଗଠନିକ ବୈଠକ

ଭୁବନେଶ୍ବର : ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରିବା ନିମନ୍ତେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ସମସ୍ତ ଜିଲା ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ ପ୍ଲାଟ୍‍ଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସମୀକ୍ଷା ବୈଠକରେ ୩୦ ଜିଲ୍ଲା ଏବଂ ୫ଟି ସାଙ୍ଗଠନିକ ଜିଲାର ଜିଲାସ୍ତରରୁ ଆରମ୍ଭକରି ପଞ୍ଚାୟତ, ମୁନିସିପାଲିଟି ଏବଂ ଏନ୍‍.ଏ.ସି. ୱାର୍ଡସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ପର୍ଯ୍ୟବେକ୍ଷକମାନଙ୍କର ଭୂମିକା ଏବଂ ଦାୟିତ୍ୱ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ଆଲୋଚନା ଚକ୍ରରେ ବିଜୁ ଯୁବ ଛାତ୍ର ଜନତା ଦଳର ୩୫ଟି ଜିଲ୍ଲାର ନବନିଯୁକ୍ତ ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଅଂଶଗ୍ରହଣ କରି ନୂତନ କମିଟି ଗଠନ ସଂପର୍କରେ ସବିଶେଷ ଆଲୋଚନା କରିବା ସହ ନିଜସ୍ୱ ମତାମତ ପ୍ରଦାନ କରିଥିଲେ। ଏହି ଭର୍ଚୁଆଲ ମିଟିଂରେ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଯୁବ ବ୍ୟାପାର ତଥା ମାନ୍ୟବର ବିଧାୟକ  ପ୍ରଣବ ବଳବନ୍ତ ରାୟ କହିଥିଲେ କି ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ସୁସଂଗଠିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଏବଂ ବିକଶିତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ପାଇଁ ନବନିଯୁକ୍ତ ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ।

- Advertisement -

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଦେବୀରଂଜନ ତ୍ରିପାଠୀ ଛାତ୍ରମାନଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ୍‍ କରିବା ପାଇଁ କାର୍ଯ୍ୟ କରିବାକୁ ପ୍ରେରଣାତ୍ମକ ବାର୍ତା ପ୍ରଦାନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories